ମୟୂରଭଞ୍ଜରେ ଚାଲିଛି ନିର୍ବାଚନ, ଭୋଟ ଦେଲେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି-ରଞ୍ଜିତା ମାରାଣ୍ଡି - Sudam Marndi cast vote - SUDAM MARNDI CAST VOTE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 1, 2024, 12:09 PM IST

ରାଇରଙ୍ଗପୁର: ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଭୋଟ ଦେଉଛି ଓଡ଼ିଶା  । ଶେଷ ପର୍ଯ୍ୟାୟରେ ରାଜ୍ୟର ୬ ସଂସଦୀୟ କ୍ଷେତ୍ର ଏବଂ ୪୨ ବିଧାନସଭା ସିଟରେ ମତଦାନ ହେଉଛି  । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ବିଜେଡ଼ିର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ତାଙ୍କ ପତ୍ନୀ ତଥା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି । ମାରାଣ୍ଡି ଦମ୍ପତି ନିଜ ଝିଅ ସହ ଆଜି ସକାଳେ ବାରିପଦାର ପୂର୍ଣ୍ଣଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟଠାରେ ୩୩ ନଂ ବୁଥରେ ପହଞ୍ଚି ସାଧାରଣ ଭୋଟରଙ୍କ ଭଳି ଲାଇନରେ ଆସି ଭୋଟ ଦେଇଛନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଆସନ ସମେତ ୮ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେଉଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାର ସୁଯୋଗ ପାଇଥିବାରୁ ଖୁସିବ୍ୟକ୍ତ କରିବା ସମସ୍ତ ଜନସାଧାରଣଙ୍କୁ ବିପୁଳ ସଂଖ୍ୟାରେ ଆସି ମତଦାନ କରିବା ପାଇଁ ଅପିଲ କରିଛନ୍ତି ସୁଦାମ ।

ଏହା ମଧ୍ୟ ପଢନ୍ତୁ: ଜଗତସିଂହପୁରରେ ଚାଲିଛି ନିର୍ବାଚନ, ଭୋଟ ଦେବାକୁ ଉତ୍ସାହିତ ଭୋଟର - EVM Glitch In Jagatsinghpur

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ଦେଶରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବ । ଆସନ୍ତା ୪ ତାରିଖ ଦିନ ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଯଦି ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ଫଳାଫଳ କଥା କହିବା ତାହେଲେ ମୟୂରଭଞ୍ଜ ଲୋକସଭା ସହ ୭ ବିଧାନସଭା ଆସନରୁ ୫ଟି ଆସନରେ ବିଜେପି ବିଜୟୀ ହୋଇଥିଲା । ବିଜେଡି କେବଳ ମୋରଡା ଏବଂ ବାଙ୍ଗିରିପୋଷି ଆସନ ଜିତିଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.