ସାହାଯ୍ୟ ପାଇଁ ନେହୁରା ହେଉଥିଲା ଡ୍ରାଇଭର, ହେଲେ ମଦ ବୋହିନେଲେ ଲୋକେ - Liquor truck overturned - LIQUOR TRUCK OVERTURNED
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/28-05-2024/640-480-21575900-thumbnail-16x9-up.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 28, 2024, 11:33 AM IST
ଲକ୍ଷ୍ନୌ: ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଲା ମଦ ବୋଝେଇ ଟ୍ରକ । ହେଲେ ଏଥିରେ ଗୁରୁତର ଡ୍ରାଇଭରକୁ ହସ୍ପିଟାଲ ନେବା ବଦଳରେ ମଦ ବୋହି ନେଲେ ଲୋକେ । ମାଗଣା ପାଇ ଯିଏ ଯେତେ ପାରିଲା ସେତେ ବୋହି ନେଲା । କିନ୍ତୁ ସାହାଯ୍ୟ ପାଇଁ ନେହୁରା ହୋଇଥିବା ଡ୍ରାଇଭରକୁ ସହାୟତା କରିବାକୁ କେହି ଆଗେଇ ଆସିଲେନି । ଏମିତି ଏକ ଲଜ୍ଜାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ଉତ୍ତରପ୍ରଦେଶ ରାଜ୍ୟ ବିଜନୌରର ହୋଇଥିବା କୁହାଯାଉଛି । ତେବେ ପୋଲିସ ସମ୍ପୃକ୍ତ ଗୁରୁତର ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରିଛି ।ବିଜନୋର ଜିଲ୍ଲାର ମଣ୍ଡବଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ମଦ ବୋଝେଇ ଗୋଟିଏ ଟ୍ରକ ଅନିୟନ୍ତ୍ରିତ ହୋଇ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ଓଲଟି ପଡିବାରୁ ମଦ ବୋତଲ ରାସ୍ତାରେ ବିଛାଡି ହୋଇପଡିଥିଲ । ଏହା ଦେଖି ଲୋକେ ମଦ ଲୁଟିବାକୁ ଲାଗିଥିଲେ । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେଉଛି ।