ଅନୁଗୋଳରେ ଗଡିବ ଲଷ୍ମୀ ବସ, 8ଟି ବ୍ଲକ ପାଇଁ 30 ଗାଡି - ଅନୁଗୋଳରେ ଲକ୍ଷ୍ମୀ ବସ ଯୋଜନା
🎬 Watch Now: Feature Video
Published : Jan 30, 2024, 5:33 PM IST
Laccmi Bus Yojana: ଅନୁଗୋଳ: ଗ୍ରାମାଞ୍ଚଳକୁ ସହର ସହ ଯୋଡ଼ିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ ସେବାରେ ସାମିଲ ହେବ ଅନୁଗୋଳ । ଆସନ୍ତାକାଲି ଠାରୁ ଅନୁଗୋଳରେ ଗଡିବ ଲକ୍ଷ୍ମୀ ବସ । ଏହି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଭୁବନେଶ୍ୱରରୁ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ବସ ଯୋଗାଇ ଦିଆଇଛି । ଜିଲ୍ଲାରେ ୮ଟି ବ୍ଲକ ଥିବାବେଳେ ପ୍ରତ୍ୟକ ବ୍ଲକରେ ୩ରୁ ୪ଟି ଲେଖାଏଁ ବସ ରହିବ । ବ୍ଲକର ପ୍ରତି ପଞ୍ଚାୟତ ଏବଂ ଗାଁକୁ ଗାଁ ଗଡିବ ଏହି ବସ । ମହିଳା ଓ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ମାତ୍ର ୫ଟଙ୍କା ଦେୟ ଦେବାକୁ ପଡିବ । ଏଭଳି ବସ ସୁବିଧା ଯୋଗୁ ଜିଲ୍ଲାବାସୀଙ୍କ ମନରେ ପ୍ରବଳ ଆନନ୍ଦ ଦେଖାଦେଇଛି । ବିଶେଷ କରି ମହିଳାମାନେ ଅଧିକ ଖୁସି ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଏହି ସେବା ଅନୁଗୋଳ ବ୍ୟତୀତ ଅନ୍ୟ ଦୁଇଟି ଜିଲ୍ଲା ଦେବଗଡ଼ ଓ ଢେଙ୍କାନାଳରେ ଆରମ୍ଭ ହେବାର ଯୋଜନା ରହିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଅନୁଗୋଳ ଜିଲ୍ଲାର ବିଜେଡି ଦଳର 5 ବିଧାୟକ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦଘାଟନ ହେବାର ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.....କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ
ଇଟିଭି ଭାରତ, ଅନୁଗୋଳ