କୋଣାର୍କ ମହୋତ୍ସବ 2024, ଶେଷ ସନ୍ଧ୍ୟାରେ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ - KONARK FESTIVAL CONCLUDE
🎬 Watch Now: Feature Video
Published : Dec 6, 2024, 5:44 PM IST
ନିମାପଡ଼ା: ସରିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଶେଷ ଦିନରେ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ । କଲିକତାରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ଡ଼ୋନା ଗାଙ୍ଗୁଲୀ ଦର୍ଶକଙ୍କୁ ନିଜ ନୃତ୍ୟ ଦ୍ବାରା ମଞ୍ଚରେ ବାନ୍ଧି ରଖିଥିଲେ । ପରେ ଦିଲ୍ଲୀରୁ ଆସିଥିବା ଭାରତନାଟ୍ୟମ୍ କଳାକାରମାନେ ସମସ୍ତଙ୍କ ମନମୁଗ୍ଧ କରିଥିଲା ।
ସେପଟେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଶେଷ ହୋଇଛି । ଏଥିରେ ମୋଟ ୩୫ଟି ଷ୍ଟଲ ଲାଗିଥିବା ବେଳେ ୧୩୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଏଥିରେ ୪ଟି ଦେଶର ମୋଟ ୮ ଜଣ ବାଲୁକା ଶିଳ୍ପୀ ଭାଗ ନେଇଥିଲେ । ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ମାନେ ସାମିଲ ହୋଇଥିଲେ । ଶେଷ ଦିନରେ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟ ରହିଥିଲା 'ମାଣବସା ଗୁରୁବାର',ମହିଳାମାନଙ୍କ ପାଇଁ 'ଗ୍ଲୋବାଲ ୱାର୍ମିଂ' ଏବଂ ରାଜ୍ୟ ବାହାରୁ ଆସିଥିବା ଶିଳ୍ପୀମାନଙ୍କ ପାଇଁ ବିଷୟ ଥିଲା 'ମନ୍ଦିର ମାଳିନୀ ଓଡ଼ିଶା' । ତେବେ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ପ୍ରମୁଖ ଆୟକର ଆୟୁକ୍ତ ରାହୁଲ କରନ,ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼.ଲଲାଟେନ୍ଦୁ ସାହୁ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଭାଗ୍ୟଲିପି ମଲ୍ଲ ଯୋଗଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ..ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ୨୦୨୪ ଉଦଯାପିତ
ଇଟିଭି ଭାରତ,ନିମାପଡ଼ା