ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ୨୦୨୪ ଉଦଯାପିତ - 35TH KONARK FESTIVAL CONCLUDE

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 6, 2024, 10:38 AM IST

ନମାପଡ଼: ଉଦଯାପିତ ହୋଇଛି ୩୫ ତମ ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବ ଏବଂ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଡିସେମ୍ବର ୧ ତାରିଖକୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଗୁରୁବାର ଶେଷ ହୋଇଛି । ତେବେ ବାଲୁକା କଳା ପ୍ରଦର୍ଶନୀର ଅନ୍ତିମ ଦିନରେ ବିଷୟ ରହିଥିଲା "ମାଣବସା ଗୁରୁବାର" ଏବଂ "ମନ୍ଦିର ମାଳିନୀ" । ଯାହାକୁ ନେଇ ଚନ୍ଦ୍ରଭାଗାର  ବେଳାଭୂମିରେ ବାଲୁକାଶିଳ୍ପୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ଏହି ବାଲୁକା କଳା ପ୍ରଦର୍ଶନୀରେ ମୋଟ ୩୫ଟି ଷ୍ଟଲ ଲାଗିଥିବା ବେଳେ ୧୩୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଏଥିରେ ୪ଟି ଦେଶର ମୋଟ ୮ ଜଣ ବାଲୁକା ଶିଳ୍ପୀ ଭାଗ ନେଇଥିଲେ । ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ମାନେ ସାମିଲ ହୋଇଥିଲେ । ଶେଷ ଦିବସରେ ପର୍ଯ୍ୟଟକଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ...କୋଣାର୍କ ମହୋତ୍ସବ ଚତୁର୍ଥ ସନ୍ଧ୍ୟା, କୁଚିପୁଡ଼ି ନୃତ୍ୟରେ ଝୁମିଲେ ଦର୍ଶକ 

ଇଟିଭି ଭରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.