ରିଫର୍ମ, ପରଫର୍ମ, ଟ୍ରାନଫର୍ମ ଉପରେ ବଜେଟ୍ କେନ୍ଦ୍ରୀଭୂତ ହେବ: ଅର୍ଥନୀତିଜ୍ଞ - ବଜେଟ୍ ଆକଳନ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 31, 2024, 7:40 PM IST
Budget 2024: କଟକ: କାଲି ଆସିବ ଅନ୍ତରୀଣ ବଜେଟ୍ । ତେବେ ବଜେଟରେ କେଉଁ ଦିଗକୁ ଗୁରୁତ୍ବ ଦିଆଯିବ ସେନେଇ ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡଃ ବିପ୍ଲବ ଗୁରୁ । ସେ କହିଛନ୍ତି, "ଏଥର ନାରୀ ଶକ୍ତି, ଗ୍ରାମାଞ୍ଚଳରେ ଦାରିଦ୍ର୍ୟ, ଯୁବ ବର୍ଗଙ୍କୁ ଚାକିରି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଜନ ଔଷଧୀ, ଜଳ ଜୀବନ, ଆବାସ ଯୋଜନା ଆଦି ବାବଦକୁ 50 ପ୍ରତିଶତ ବ୍ୟୟ ଆକଳନ ବଢିପାରେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଯେଉଁ ରାଶି ବାର୍ଷିକ ୬ ହଜାର ଦିଆଯାଉଛି, ତାହାକୁ ବୃଦ୍ଧି କରାଯାଇ ୮-୯ହଜାର କରାଯାଇପାରେ ।"
ଏହା ମଧ୍ୟ ପଢନ୍ତୁ...କାଲି ଆସିବ ଅନ୍ତରୀଣ ବଜେଟ୍, ଏହି କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ କହିଲେ ଅର୍ଥନୀତି ବିଶେଷଜ୍ଞ
ହେଲେ ସବସିଡି ଛାଡ଼ କ୍ଷେତ୍ରରେ ହୁଏତ ବୃଦ୍ଧି କରାଯାଇନପାରେ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । "24-25ର ଆର୍ଥିକ ବର୍ଷ ଚ୍ୟାଲେଞ୍ଜିଂ ରହିବ । ରିଫର୍ମ, ପରଫର୍ମ, ଟ୍ରାନଫର୍ମ ଉପରେ ସରକାରଙ୍କ ଫୋକସ କେନ୍ଦ୍ରୀଭୂତ ହେବ । ସରକାରୀ ସ୍କିମ ଉପରେ ଅଧିକ ବ୍ୟୟ ଆକଳନ କରାଯାଇପାରେ । ଏହାସହ ବିମାନବନ୍ଦର, ରେଲ ୱେ, ରୋଡ୍ ୱେ ଆଦି ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କ୍ଷେତ୍ରରେ ବ୍ୟୟ ଆକଳନରେ ପାଖାପାଖି ୩୦-୪୦ପ୍ରତିଶତ ବ୍ୟୟ ଅଭିବୃଦ୍ଧି ଆଶା କରାଯାଉଛି" ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡଃ ବିପ୍ଳବ ଗୁରୁ ।
ଇଟିଭି ଭାରତ, କଟକ