thumbnail

ଚାଷୀଙ୍କୁ ଘାରିଲାଣି ବାତ୍ୟା ଭୟ: ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

By ETV Bharat Odisha Team

Published : 3 hours ago

ଖୋର୍ଦ୍ଧା: ଗଭୀର ସମୁଦ୍ରରୁ ଦାନା ଗୋଟାଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ଦାନା । ଏହାର ପ୍ରଭାବରେ ଓଡିଶା ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବ ଆକଳନ କରିଛି । ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସର୍ତକ ସୂଚନା ଜାରି ହୋଇଛି । ସେହିଭଳି ସାମୁଦ୍ରିକ ଝଡ ଦାନାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ସହ ପବନ ତ୍ରିବ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ପୂର୍ବ ପ୍ରସ୍ତୁତି ଜୋରଦାର କରାଯାଉଛି । ସାମୁଦ୍ରିକ ଝଡ ଦାନା ପୁରୀରୁ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳ ଭାଗ ଝୁଇଁବ ବୋଲି ପୂର୍ବ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ କ୍ଷେତରେ ଫସଲ ହସି ଖେଳୁଥିବା ଦାନାକୁ ନେଇ ଚାଷୀମାନଙ୍କ ଚିନ୍ତା ବଢିଛି । କ୍ଷେତରେ ଦଶ ପ୍ରତିଶତ ଧାନ ଅମଳ ଅପେକ୍ଷାରେ ଥିବା ୯୦ ପ୍ରତିଶତ ଧାନ ଏବେ କ୍ଷେତରେ ରହିଛି । ଯାହାକୁ ନେଇ ଚିନ୍ତରେ ଚାଷୀକୁଳ ।

ସେପଟେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ସଜାଗ ହୋଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଜରୁରୀକାଳୀନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ୫୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ୯୩ଟି ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି । ୩୭୯ଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀ କରାଯାଇଛି ସେହିପରି ୧୪୫ ଜଣ ଆସନ୍ନ ପ୍ରସବ ମହିଳା ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆବଶ୍ୟକତା ପଡ଼ିଲେ ଅତିରିକ୍ତ ଦୁଇଟି ଏନଡିଆରଏଫ ଟିମ ସରକାରଙ୍କୁ ମଗାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଜିଲ୍ଲାରେ ୧୬ଟି ଅଗ୍ନିଶମ ଟିମ ସଜାଗ ରହିଥିବା ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ...ବାତ୍ୟା ସମୟରେ ଭରସା VHF, ସଜାଡି ରଖିବାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ


 
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.