thumbnail

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଖଡ଼ିଆଳ ମହୋତ୍ସବ ପ୍ରସ୍ତୁତି

By ETV Bharat Odisha Team

Published : Jan 28, 2024, 9:48 PM IST

Khadial Mahotsav 2024 : ନୂଆପଡା: ରାତି ପାହିଲେ ଖଡ଼ିଆଳ ମହୋତ୍ସବ ଉଦଘାଟନ ହେବ । ସେନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାଞ୍ଚ ଦିନ ବ୍ୟାପୀ ଖଡ଼ିଆଳ ମହୋତ୍ସବ ଚାଲିବ । ମହୋତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।  

ଏହା ମଧ୍ୟ ପଢ଼ନ୍ତୁ... କେନ୍ଦ୍ରାପଡାରେ 'ନୂଆ-ଓ' ଉଦଯାପିତ; ଆସିଲେନି ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଚଳିତବର୍ଷ ଖଡ଼ିଆଳ ମହୋତ୍ସବ ସାଂସ୍କୃତିକ ରଙ୍ଗମଞ୍ଚ ବେଶ ଚମତ୍କାର ଭାବେ ସଜା ଯାଇଛି । ସୁଦୂର ମହୀଶୂର ରାଜ ପ୍ରସାଦର ରୂପରେ ନିର୍ମିତ ହେଉଛି ରଙ୍ଗମଞ୍ଚ । ଶିଳ୍ପୀ ଅମିତ କୁମାର ମେହେର ଏବଂ ତାଙ୍କ ସାଥୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ମଞ୍ଚ ନିର୍ମାଣ କାମରେ ମଜି ଯାଇଛନ୍ତି । ଆଜି ଶେଷ ସ୍ପର୍ଶ ଦେଉଛନ୍ତି ମଞ୍ଚ ଶିଳ୍ପୀ । ଅନ୍ୟପକ୍ଷେ ସ୍ଥାନୀୟ ନୃତ୍ୟ ଶିଳ୍ପୀ ମାନେ ଚମତ୍କାର ନୃତ୍ୟ ପରିବେଷଣ କରିବା ପାଇଁ ଜୋରସୋରରେ ଅଭ୍ୟାସ କରାଯାଉଛି । ସେହିଭଳି ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାର ତଥା ସାଂସ୍କୃତିକ ଦଳ ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରିବେ  । ଏହା ବ୍ୟତୀତ ବଲିଉଡ ତଥା ଓଲିଉଡର ସୁପ୍ରସିଦ୍ଧ କଣ୍ଠ ଶିଳ୍ପୀ କବିତା କୃଷ୍ନମୂର୍ତ୍ତି, ଉରେଶ ୱାଡ଼କର ସହିତ ସୁପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ମହୋତ୍ସବ ମଞ୍ଚରେ ତାଙ୍କ କମାଲ ଦେଖାଇବେ ।  

ଇଟିଭି ଭାରତ, ନୂଆପଡ଼ା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.