ETV Bharat / state

ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି - NO TUNNEL IN RATNA BHANDAR

ପୁରୀ ରତ୍ନଭଣ୍ଡାରରେ କୌଣସି ଗୁପ୍ତ ସୁଡ଼ଙ୍ଗ ନଥିବା ସ୍ପଷ୍ଟ କଲେ ରାଜ୍ୟ ସରକାର । ୭ ଦିନ ମଧ୍ୟରେ ରିପୋର୍ଟ ଏବଂ ଆସନ୍ତାବର୍ଷ ରତ୍ନର ଗଣତି ମଣତି ।

RATNA BHANDAR
RATNA BHANDAR (ETV BHARAT ODISHA)
author img

By ETV Bharat Odisha Team

Published : Nov 1, 2024, 1:20 PM IST

Updated : Nov 1, 2024, 2:32 PM IST

ଭୁବନେଶ୍ବର: ରତ୍ନଭଣ୍ଡାର ଗଣତି ମଣତି ନେଇ ଆସିଲା ବଡ ଖବର । ''ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ୭ ଦିନରେ ରିପୋର୍ଟ ପ୍ରକାଶ କରିବେ ସରକାର । ଖୁବଶୀଘ୍ର ଆସିବ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ‘ଜିପିଆର’(GPR) ସର୍ଭେ ରିପୋର୍ଟ । ପ୍ରାଥମିକ ଅନୁଧ୍ୟାନରେ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣାପଡିଛି । ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାରରେ ଫାଟ ଥିବା ସ୍ପଷ୍ଟ କିନ୍ତୁ ସୁଡଙ୍ଗ ନାହିଁ । କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ଼ ରହିଛି । ପୂର୍ଣ୍ଣିମା ପରେ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ ‘ଏଏସଆଇ’ । ମାସେରୁ ଊର୍ଦ୍ଧ୍ବ ସମୟ ଚାଲିବ ମରାମତି କାମ ।'' ମରାମତି ହେବା ପରେ ହେବ ରତ୍ନ ଅଳଙ୍କାର ଗଣତି ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ:

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପରେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ସେବାୟତମାନେ କହିବା ପରେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏଣୁ ରତ୍ନଭଣ୍ଡାରର ମରାମତି ପୂର୍ବରୁ ଭକ୍ତଙ୍କ ଦାବିକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କରାଯାଇଥିଲା ।‌ ଏହା ପୂର୍ବରୁ ଲେଜର ସ୍କାନିଂ ଓ ରାଡାର ସର୍ଭେ ମଧ୍ୟ କରାଯାଇଥିଲା । ସେପ୍ଟେମ୍ବର 21 ତାରିଖ ଓ 22 ତାରିଖରେ କରାଯାଇଥିଲା ଜିପିଆର ସର୍ଭେ । ଜିପିଆର ସର୍ଭେ ରିପୋର୍ଟ ଆସିନଥିବା ବେଳେ ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Prithviraj Harichandan (ETV BHARAT ODISHA)

ରତ୍ନଭଣ୍ଡାରରେ ଫାଟ:

ରତ୍ନଭଣ୍ଡାରରେ ଫାଟ ରହିଥିବା ଆଜି କହିଛନ୍ତି ଆଇନମନ୍ତ୍ରୀ । ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ଼ ରହିଛି। ପୂର୍ଣ୍ଣିମା ପରେ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏଏସଆଇ ମାସେରୁ ଉର୍ଦ୍ଧ୍ବ ସମୟ ଧରି ମରାମତି କାର୍ଯ୍ୟ କରିବ । ମରାମତି ହେବା ପରେ ହେବ ରତ୍ନ ଅଳଙ୍କାର ଗଣତି କରାଯିବ ।

ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

ରତ୍ନଭଣ୍ଡାରର ହେବ GPR ସର୍ଭେ, ଏହି ଦିନ ସୁଦ୍ଧା କାମ ସାରିବା ପାଇଁ ତଦାରଖ କମିଟି ଅଧ୍ୟକ୍ଷଙ୍କ ଅନୁରୋଧ - Ratna Bhandar Inspection

ରତ୍ନଭଣ୍ଡାର ଯାଞ୍ଚ ଶେଷ, ବାହାରିଲେ ଟିମ୍‌ - Ratna Bhandar Inspection

ନୂଆବର୍ଷରେ ଅଳଙ୍କାର ଗଣତି ମଣତି:

ଜୁଲାଇ 14ତାରିଖରେ ଦୀର୍ଘ 46 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ କମିଟି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଏହାପରେ ଜୁଲାଇ 18ରରେ ଦ୍ବିତୀୟ ଥର ପାଇଁ ଖୋଲିଥିଲା । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟ ଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ ସିଲ୍ କରାଯାଇ କଡ଼ା ସୁରକ୍ଷାରେ ରଖାଯାଇଛି । ରତ୍ନଭଣ୍ଡାର ଖୋଲିବା 4 ମାସ ହୋଇଯାଇଥିବା ବେଳେ ଅଳଙ୍କାରର ଗଣତି ମଣତି ହୋଇନଥିଲା । ତେଣୁ ନୂଆବର୍ଷରେ ଅଳଙ୍କାର ଗଣତି ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଯାହା ରତ୍ନ ଥିଲା ତାହା ନଜରକୁ ଆସିଛି । ରତ୍ନଭଣ୍ଡାରରେ ଆଉ ରତ୍ନ ନାହିଁ । ସମସ୍ତ ଅଳଙ୍କାରକୁ 1977 ମସିହାରେ ହୋଇଥିବା ଗଣତି ସହ ମେଳ କରାଯିବ । ବାସ୍ତବରେ ଯାହା ଥିଲା, ଏବେ ସେଇଟା ଅଛି ନା ନାହିଁ ତୁଳନା କରାଯିବ ।"

  • ଜୁଲାଇ ୧୪ ତାରିଖରେ ଖୋଲିଥିଲା ରତ୍ନଭଣ୍ଡାର
  • ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଖୋଲିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର
  • ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ୧୧ ଜଣିଆ କମିଟି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ
  • ଜୁଲାଇ ୧୮ରେ ଦ୍ବିତୀୟ ଥର ପାଇଁ ଖୋଲିଥିଲା ରତ୍ନଭଣ୍ଡାର
  • ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟ ଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ ସିଲ୍ କରାଯାଇଥିଲା
  • ନୂଆବର୍ଷ ୨୦୨୫ରେ ଅଳଙ୍କାର ଗଣତି ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ଅଳଙ୍କାରକୁ ୧୯୭୭ ମସିହା ଗଣତି ସହ ମେଳ କରାଯିବ

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 1, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.