ETV Bharat / sports

IPL 2025: KKRର ଦାମୀ ଖେଳାଳି ରିଙ୍କୁ, ୫୫ ଲକ୍ଷରୁ ୧୩ କୋଟି - IPL 2025

ଆଇପିଏଲ-୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର) ରିଟେନସନ ଲିଷ୍ଟରେ ସବୁଠାରୁ ଦାମୀ ଫିନିସର ରିଙ୍କୁ ସିଂହ । ୧୩ କୋଟି ଦେଇ ଦଳରେ ରଖିଲା ଫ୍ରାଞ୍ଚାଇଜ ।

RINKU HIGHEST PAID RETAINED PLAYERS
RINKU HIGHEST PAID RETAINED PLAYERS (ANI)
author img

By ETV Bharat Odisha Team

Published : Nov 1, 2024, 1:28 PM IST

Updated : Nov 1, 2024, 2:00 PM IST

ହାଇଦ୍ରାବାଦ: ଆଇପିଏଲ ରିଟେନସନ ଲିଷ୍ଟରେ ଚମକିଲା ରିଙ୍କୁ ସିଂହଙ୍କ ଭାଗ୍ୟ । KKR ରିଟେନସନ ଲିଷ୍ଟର 5 ଖେଳାଳିଙ୍କ ମଧ୍ୟରୁ ରିଙ୍କୁ ସବୁଠାରୁ ଦାମୀ । ଲକ୍ଷପତିରୁ ସିଧା ହେଲେ କୋଟିପତି । ଗତବର୍ଷ 55 ଲକ୍ଷରେ କିଣା ହୋଇଥିବା ରିଙ୍କୁଙ୍କୁ ଚଳିତ ଥର ଆଇପିଏଲ ପାଇଁ 13 କୋଟି ଟଙ୍କାରେ ରିଟେନ କରିଛି କେକେଆର ଫ୍ରାଞ୍ଚାଇଜ ।

KKRର ସବୁଠାରୁ ଦାମୀ ରିଟେନ ଖେଳାଳି ରିଙ୍କୁ:

ଗତକାଲି ଆଇପିଏଲର 10ଟି ଫ୍ରାଞ୍ଚାଇଜ ରିଟେନସନ ଲିଷ୍ଟ ଜାରି କରିଥିଲେ । କେକେଆର 5 ଜଣ ଖେଳାଳିଙ୍କୁ ରିଟେନ କରି ବାକି ସମସ୍ତ ଖେଳାଳିଙ୍କୁ ରିଲିଜ କରିଛି । ଏପରିକି ଦଳର ଅଧିନାୟକ ଥିବା ଶ୍ରେୟସ ଆୟରଙ୍କୁ ରିଲିଜ କରିଦେଇଛି କେକେଆର । ରିଟେନସନ ଲିଷ୍ଟରେ ଥିବା ଖେଳାଳିଙ୍କ ମଧ୍ୟରୁ ରିଙ୍କୁ ସିଂହଙ୍କୁ ସବୁଠାରୁ ଅଧିକ ଟଙ୍କା ଦେଇ ରଖିଛି ଦଳ । କେକେଆର ଦଳରେ ଚଳିତ ବର୍ଷ ଆଇପିଏଲ ଖେଳିବାକୁ ଫ୍ରାଞ୍ଚାଇଜ ତାଙ୍କୁ 13 କୋଟି ଟଙ୍କା ଦେଇଛି । ସେହିପରି ସୁନିଲ ନାରାୟଣ, ଆନ୍ଧ୍ର ରସେଲ ଓ ବରୁଣ ଚକ୍ରବର୍ତ୍ତି । ଏହି ତିନି ଜଣଙ୍କୁ 12 କୋଟି ଲେଖାଏଁ ଦେଇଛି ଫ୍ରାଞ୍ଚାଇଜ । କେବଳ ରମନଦୀପ ସିଂହଙ୍କୁ 4 କୋଟି ଦେଇଛି ଫ୍ରାଞ୍ଚାଇଜ ।

ଏହା ମଧ୍ୟ ପଢନ୍ତୁ-IPL 2025 ଫ୍ରାଞ୍ଚାଇଜ ରିଟେନସନ ଲିଷ୍ଟ, ପୁଣି କମାଲ ଦେଖାଇବେ ଧୋନି-ରୋହିତ-ବିରାଟ

ଏହା ମଧ୍ୟ ପଢନ୍ତୁ-କୋହଲି-ରୋହିତଙ୍କ ସ୍ଥାନ ନେଇପାରନ୍ତି ଏହି ୫ ଖେଳାଳି, ଯୁବ ପ୍ରତିଭାଙ୍କୁ ଗୋଲ୍ଡେନ ଚାନ୍ସ ଦେଲା BCCI

13 କୋଟି ଦେଇ ରିଙ୍କୁ ଙ୍କୁ ରଖିଲା KKR:

2023 ଆଇପିଏଲରେ କେକେଆର ଦଳରେ ଖେଳୁଥିବା ରିଙ୍କୁ ସିଂହ ଦଳର ଫିନିସର ଭାବେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସେ ଶେଷ ବଲରେ 5ଟି ଛକା ମାରି ଦଳକୁ ବିଜୟୀ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଆଇପିଏଲରେ ଭଲ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା । 2024 ଆଇପିଏଲ ସିଜିନରେ ମାତ୍ର 55 ଲକ୍ଷ ଟଙ୍କାରେ କେକେଆର ତାଙ୍କୁ ରଖିଥିଲା । ଏହାପରେ ରିଙ୍କୁଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ, ତୁମେ ଦଳକୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଜିତାଉଛ, ଭଲ ରନ ମଧ୍ୟ କରୁଛ, ପ୍ରଦର୍ଶନ ଅନୁଯାୟୀ କମ ଟଙ୍କା ମିଳୁଛି ତାହା ଆପଣ ଭାବୁ ନାହାନ୍ତି ? ଏହାର ଉତ୍ତରରେ ରିଙ୍କୁ କହିଥିଲେ , ''ମୁଁ ବହୁତ ପାଇଛି, ଏହା ମୋ ପାଇଁ ଯଥେଷ୍ଟ । ମୁଁ କେବେ ଭାବି ନଥିଲି ଯେ ମୁଁ 55 ଲକ୍ଷ ଟଙ୍କାରେ କିଣା ହେବି । ''

ରିଙ୍କୁଙ୍କ IPL ଯାତ୍ରା:

2017 ଆଇପିଏଲରେ ପଞ୍ଜାବ କିଙ୍ଗ୍ସରେ ଡେବ୍ୟୁ କରିଥିଲେ ରିଙ୍କୁ । 1018 ପରଠାରୁ ସେ କେକେଆର ଦଳରେ ଖେଳୁଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ 46ଟି ମ୍ୟାଚ ଖେଳି 893 ରନ କରିଛନତି । ଏଥିରେ 4ଟି ଅର୍ଦ୍ଧଶତକ ସାମିଲ ରହିଛି । 2018ରେ 80 ଲକ୍ଷରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ କ୍ରୟ କରିଥିଲା । ଆହତ ସମସ୍ୟା ପାଇଁ 2021 ଆଇପିଏଲ ଖେଳି ନଥିଲେ ରିଙ୍କୁ । 2022 ଆଇପିଏଲରେ ରାଜସ୍ଥାନ ବିପକ୍ଷରେ ଏକ ଦମଦାର ଇନିଂସ ଖେଳିଥିଲେ । 23 ବଲରେ 42 ରନ କରିଥିଲେ । ଏହାପରେ 2023ରେ ମଧ୍ୟ କେକେଆରରେ ଖେଳିଥିଲେ । 14ଟି ମ୍ୟାଚ ଖେଳି ସେ 474 ରନ କରିଥିଲେ । ସେହି ସିଜିନରେ ସେ 4ଟି ଅର୍ଦ୍ଧଶତକ କରିଥିଲେ । 2024 ଆଇପିଏଲରେ କେକେଆର ତାଙ୍କୁ 55 ଲକ୍ଷରେ କିଣିଥିଲା । 14ଟି ମ୍ୟାଚ ଖେଳି 168 ରନ କରିଥିଲେ ସେ । ଚଳିତ ଥର 13 କୋଟିରେ ରିଟେନ କରିଛି ଫ୍ରାଞ୍ଚାଇଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2024, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.