ETV Bharat / technology

ରାଜସ୍ବ ସଂଗ୍ରହରେ ଭାରତରେ Appleର ବଡ଼ ରେକର୍ଡ; ଆଉ 4ଟି ଷ୍ଟୋର ଖୋଲିବାକୁ ଘୋଷଣା - APPLE NEW STORE IN INDIA

ଭାରତରେ ଆପଲ୍‌ କମ୍ପାନୀ ବିପୁଳ ମାତ୍ରାରେ ରାଜସ୍ବ ସଂଗ୍ରହ କରିଛି । ଫଳରେ ଦେଶରେ ଆଉ 4ଟି ଷ୍ଟୋର ଖୋଲିବାକୁ କମ୍ପାନୀ ୟୋଜନା କରୁଥିବା କହିଛନ୍ତି ସିଇଓ ଟିମ କୁକ୍‌ । ଅଧିକ ପଢନ୍ତୁ

Apple sets all time revenue record in India
Apple sets all time revenue record in India (ETV Bharat)
author img

By ETV Bharat Tech Team

Published : Nov 1, 2024, 2:04 PM IST

ହାଇଦ୍ରାବାଦ: ଚଳିତ ବର୍ଷ ସେପ୍ଟେମ୍ବର ତ୍ରିମାସରେ ଭାରତରେ ଏଯାବତ ସବୁଠୁ ବଡ଼ ରାଜସ୍ବ ରେକର୍ଡ କରିଛି ଆପଲ୍‌ । ବ୍ୟବସାୟରେ ଏହି ସଫଳତା ପାଇବା ପରେ ଆପଲ୍‌ ଭାରତରେ ଆଉ 4ଟି ନୂଆ ଷ୍ଟୋର ଖୋଲିବାକୁ ଯାଉଛି ବୋଲି ଟେକ୍ ଜାଏଣ୍ଟର ସିଇଓ ଟିମ କୁକ୍‌ ସୂଚନା ଦେଇଛନ୍ତି । ଜୁଲାଇ-ସେପ୍ଟେମ୍ବର ମାସ ମଧ୍ୟରେ ଆପଲ୍‌ 94.9 ବିଲିୟନ ଡଲାର ରାଜସ୍ବ ସଂଗ୍ରହ କରିଛି । ଯାହାକି ସେପ୍ଟେମ୍ବର ତ୍ରିମାସରେ ସବୁଠୁ ବଡ଼ ରେକର୍ଡ । ପୂର୍ବ ଗୋଟିଏ ବର୍ଷ ତୁଳନାରେ ଏଥିରେ 6% ଅଭିବୃଦ୍ଧି ଘଟିଛି ।

ଭାରତରେ ପ୍ରତି ଭୌଗୋଳିକ କ୍ଷେତ୍ରରେ ଆଇଫୋନ (iPhone)ର କ୍ରେଜ ଦେଖିବାକୁ ମିଳିଛି । ଆଇଫୋନ 16 ଲଞ୍ଚ ହେବା ପରେ ଦେଶରେ ଅନେକ ସ୍ଥାନରେ ବିପୁଳ ମାତ୍ରାରେ ଆଇଫୋନ-15 ବିକ୍ରି ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଏହି କାରଣରୁ ସେପ୍ଟେମ୍ବର ତ୍ରୟମାସରେ କମ୍ପାନୀ ନୂଆ ରାଜସ୍ବ ରେକର୍ଡ କରିପାରିଛି । ମୋଟ ଦେଖିବାକୁ ଗଲେ, କମ୍ପାନୀ ବର୍ଷ ପରେ ବର୍ଷ ଭାରତରେ ସେବା ଯୋଗାଇ ରାଜସ୍ବ ରେକର୍ଡରେ 12 ପ୍ରତିଶତ ବୃଦ୍ଧି କରିଛି ।

ଏହା ବି ପଢନ୍ତୁ
  1. ବମ୍ଫର ଚାକିରି; ଭାରତୀୟଙ୍କୁ 5-6ଲକ୍ଷ ଚାକିରି ଦେବ ଆମେରିକାର ଏହି କମ୍ପାନୀ
  2. M4 Pro ଚିପ ସହ ଲଞ୍ଚ ହେଲା Mac Mini; ଦାମ ଏତିକି
  3. ଭାରତରେ କିପରି ଚାଲିଛି ମେଡ ଇନ ଇଣ୍ଡିଆ iPhone 16 ସେଲ୍‌ ? ଜାଣନ୍ତୁ

ଗୁରୁବାର ବିଳମ୍ବିତ ରାତିରେ ତ୍ରି-ମାସ ଆୟ କାଳ (ଆର୍ଥିକ ବର୍ଷ 2024ରେ 4ର୍ଥ ତ୍ରିମାସ) ଅବସରରେ ସିଇଓ କୁକ୍‌ କହିଥିଲେ, "ଆମେ ଭାରତରେ ଯେଉଁ ପ୍ରକାର ଉତ୍ସାହ ଦେଖୁଛି, ସେଥିରେ ଆମେ ମଧ୍ୟ ଉତ୍ସାହିତ ହୋଇପଡିଛୁ । ଭାରତରେ ଆମେ ଏଯାବତ ସବୁଠୁ ବଡ଼ ରାଜସ୍ବ ରେକର୍ଡ କରିଛୁ । ଏହା ଆପଲ୍‌ରେ ନୂତନତାର ଏକ ଅସାଧାରଣ ବର୍ଷ ରହିଛି । ବିକଶିତ ବଜାରରେ ବୃଦ୍ଧି ବ୍ୟତୀତ ଆମେ ମେକ୍ସିକୋ, ବ୍ରାଜିଲ, ମଧ୍ୟ ପୂର୍ବ, ଭାରତ ଓ ଦକ୍ଷିଣ ଏସିଆରେ ଦୁଇ ଅଙ୍କ ବୃଦ୍ଧି ସହିତ ଅନେକ ଅଗ୍ରଗାମୀ ବଜାରରେ ମଜଭୁତ ସ୍ଥିତି ପ୍ରଦର୍ଶନ କରିଛୁ ।"

ଭାରତରେ ଖୋଲିବ 4 ନୂଆ ଆପଲ୍‌ ଷ୍ଟୋର:-

ଦେଶରେ ଏବେ ଆପଲ୍‌ର 2ଟି ରିଟେଲ ଷ୍ଟୋର ଜାତୀୟ ରାଜଧାନୀ ଦିଲ୍ଲୀ, ସ୍ବପ୍ନ ନଗରୀ ମୁମ୍ବାଇରେ ଅଛି । ରାଜସ୍ବ ରେକର୍ଡ କରିବା ପରେ ଆପଲ୍‌ ଆଉ 4ଟି ନୂଆ ଷ୍ଟୋର ଖୋଲିବାକୁ ଯୋଜନା କରିଛି । ଏ ନେଇ ସିଇଓ କୁକ୍‌ କହିଛନ୍ତି, "ଆମେ ଭାରତରେ ଗ୍ରାହକଙ୍କ ଲାଗି ଆଉ 4ଟି ନୂଆ ଷ୍ଟୋର ଖୋଲିବାକୁ ଉତ୍ସାହର ସହ ଅପେକ୍ଷା କରିଛୁ ।"

2023-24 ମସିହାରେ ଭାରତରୁ ଆଇଫୋନ୍ ରପ୍ତାନି 2022-23ରେ 6.27 ବିଲିୟନ ଡଲାରରୁ 10 ବିଲିୟନ ଡଲାର ଅତିକ୍ରମ କରିଛି । ମୋଟ ଉପରେ ଗତ ଆର୍ଥିକ ବର୍ଷରେ (FY24) ଆଇଫୋନ୍ ନିର୍ମାତାର ଭାରତ ପରିଚାଳନ 23.5 ବିଲିୟନ ଡଲାରରେ ପହଞ୍ଚିଛି । ଗତ ଆର୍ଥିକ ବର୍ଷରେ ଆପଲ୍ 14 ବିଲିୟନ ଡଲାର ମୂଲ୍ୟର ଆଇଫୋନ୍ ସଂଗ୍ରହ କରି 10 ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଡିଭାଇସ ରପ୍ତାନି କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.