ETV Bharat / technology

Googleର ବଢିଲା ଟେନସନ; OpenAI ଆଣିଲା ସର୍ଚ୍ଚ ଇଞ୍ଜିନ SearchGPT - GOOGLESEARCH VS SEARCHGP

ଗୁଗଲ ପରି ଏକ ସର୍ଚ୍ଚ ଇଞ୍ଜିନ ଲଞ୍ଚ କଲା OpenAI । ଏପଟେ ବଢିଲା ଗୁଗଲ ଟେନସନ । ଅଧିକ ପଢନ୍ତୁ

SearchGPT
SearchGPT (Photo- OpenAI)
author img

By ETV Bharat Tech Team

Published : Nov 1, 2024, 12:53 PM IST

ହାଇଦ୍ରାବାଦ: ଟେକ୍ନୋଲୋଜି ଏକ ଏପରି ଦୁନିଆ ଯାହାକି କାଳକ୍ରମେ ବଦଳି ଚାଲିଥାଏ । ନୂଆ ନୂଆ ଟେକ୍ନୋଲୋଜି ସାରା ବିଶ୍ବକୁ ଚକିତ କରିଦିଏ । ଏବେ ଟେକ୍ନୋଲୋଜି ଜଗତରେ ରାଜ୍‌ କରୁଛି କୃତ୍ରିମ ବୁଦ୍ଧିମତା ବା AI । ଟେକ କମ୍ପାନୀଗୁଡ଼ିକ ମଧ୍ୟ ଏଆଇର ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ChatGPT ଆଣି ବେଶ ଚର୍ଚ୍ଚାରେ ଥିବା ସାମ ଅଲ୍ଟମ୍ୟାନଙ୍କ ଦ୍ବାରା ପ୍ରତିଷ୍ଠିତ କମ୍ପାନୀ ଓପନଏଆଇ (OpenAI) ଏବେ ଗୁଗଲ ପରି ସର୍ଚ୍ଚ ଇଞ୍ଜିନ 'SearchGPT' ଆଣିବାକୁ ଯାଉଛି । ଯାହାଦ୍ବାରା ଗୁଗଲର ଲୋକପ୍ରିୟତା ସଙ୍କଟରେ ପଡ଼ିଛି ।

ସର୍ଚ୍ଚ ଜିପିଟିରେ କଣ ଖାସ ?

ଗୁଗଲ୍, ମାଇକ୍ରୋସଫ୍ଟ, ଓପନଏଆଇ ଏବଂ ମେଟା ପରି କିଛି ବଡ ଟେକ୍‌ କମ୍ପାନୀ ମଧ୍ୟରେ ଆଗରେ ରହିବା ଲାଗି ସର୍ବଦା ଦୌଡ଼ରେ ରହିଥାନ୍ତି । ବର୍ତ୍ତମାନ ଗୁଗଲ୍ ଏବଂ ମାଇକ୍ରୋସଫ୍ଟ ସହିତ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରିବାକୁ ଓପନ୍ ଏଆଇ ନିଜର ସର୍ଚ୍ଚ ଇଞ୍ଜିନ ଆଣିଛି । OpenAIର ଏହି ସର୍ଚ୍ଚ ଇଞ୍ଜିନ ଏକ AI ଚାଳିତ ସର୍ଚ୍ଚ ଇଞ୍ଜିନ୍ । ଏ ସମ୍ପର୍କରେ ବିଶେଷ ତଥ୍ୟ ମିଳିନନାହିଁ, କିନ୍ତୁ ଏହା ଏକ ସର୍ଚ୍ଚ ଇଞ୍ଜିନ ହେବାକୁ ଯାଉଛି ଯାହା ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରେ । ସର୍ଚ୍ଚ ଜିପିଟି ପ୍ରତ୍ୟେକ କ୍ଷେତ୍ରରେ ଏକ ଭଲ ବିକଳ୍ପ ହୋଇପାରେ ।

ଏହା ବି ପଢନ୍ତୁ
  1. Googleକୁ ଟକ୍କର ଦେବ Meta! AI ସଞ୍ଚାଳିତ ସର୍ଚ୍ଚ ଇଞ୍ଜିନ ଉପରେ ଚାଲିଛି କାମ
  2. ଗୁଗଲକୁ କଡା ଚ୍ୟାଲେଞ୍ଜ ଦେବାକୁ ଆସୁଛି ଆଉ ଏକ ସର୍ଚ୍ଚ ଇଞ୍ଜିନ, ଜାଣନ୍ତୁ ଏହା କଣ... - SearchGPT
  3. ପ୍ରୋଜେକ୍ଟ ଷ୍ଟ୍ରବେରୀ କଣ ? ୟାକୁ ନେଇ କାହିଁକି ଚର୍ଚ୍ଚା - What Is Project Strawberry
  4. ମାର୍କେଟରେ AI କ୍ରେଜ; 2028 ସୁଦ୍ଧା ବିକ୍ରି ହେବ 73 କୋଟି ଏଆଇ ସ୍ମାର୍ଟଫୋନ

ୟୁଜରଙ୍କୁ ମିଳିବ ଫଟାଫଟ୍‌ ଜବାବ:-

ଆପଣଙ୍କୁ କହିରଖୁଛି କି, ଓପନ ଏଆଇ ଏବେ ସର୍ଚ୍ଚ ଜିପିଟିର ପରୀକ୍ଷଣ କରୁଛି । ଏବେ ଏହା ଡେଭଲପମେଣ୍ଟ ଷ୍ଟେଜରେ ଅଛି । ଏଥିଲାଗି ଏବେ ଏହାକୁ କିଛି ନିର୍ଦ୍ଦିଷ୍ଟ ୟୁଜରଙ୍କ ଲାଗି ରୋଲଆଉଟ୍‌ କରାଯାଇଛି । କମ୍ପାନୀ SearchGPTକୁ ChatGPT ସହିତ ମିଶାଇପାରେ । କମ୍ପାନୀର କହିବାନୁସାରେ, ଏବେ ଥିବା ସର୍ଚ୍ଚ ଇଞ୍ଜିନରେ ଅନେକ ଥର ୟୁଜରଙ୍କୁ ସଠିକ ଜବାବ ମିଳିନଥାଏ । ଫଳରେ ୟୁଜର ଚାହୁଁଥିବା ଜବାବ ପାଇବା ଲାଗି ବାରମ୍ବାର ସର୍ଚ୍ଚ କରିଥାନ୍ତି । କମ୍ପାନୀ ବ୍ଲଗ୍‌ ପୋଷ୍ଟରେ କହିଛି ୟେ SearchGPT ୟୁଜରଙ୍କୁ ଫଟାଫଟ ସଠିକ ଜବାବ ଦେବାରେ ସାହାଯ୍ୟ କରିବ ।

Googleକୁ ଦେବ ସିଧା ଟକ୍କର !

SearchGPT ଲଞ୍ଚ ହେବା ପରେ ଏବେ ପ୍ରଶ୍ନ ଉଠିଛି କଣ ଏହା ଗୁଗଲ ଭଳି ବଡ଼ ସର୍ଚ୍ଚ ଇଞ୍ଜିନକୁ ଟକ୍କର ଦେବ ? ଗୁଗଲ ଦୀର୍ଘ ସମୟ ଧରି ସର୍ଚ୍ଚ ଇଞ୍ଜିନ ମାର୍କେଟରେ ଟପ୍‌ରେ ଥିବା ବେଳେ ବେଶ ଲୋକପ୍ରିୟତା ହାସଲ କରିଛି । କିନ୍ତୁ SearchGPTର ଉନ୍ନତ ଟେକ୍ନୋଲୋଜି ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ଅଧିକ ଭଲ ଅପସନ ହୋଇପାରେ । ଏବେ ଏହା କୁହାଯାଇପାରିବ ନାହିଁ ଯେ ଏହା ଗୁଗଲ ଉପରେ ଭାରି ପଡ଼ିବ । ଏଆଇର ଲୋକପ୍ରିୟତା ଥିବାରୁ ଏହା ଗୁଗଲକୁ ଟକ୍କର ଦେଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.