thumbnail

କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା କ୍ରେଜ ବଢ଼ାଉଛି ଚାନ୍ଦି ମେଢ଼; କ୍ୱିଣ୍ଟାଲ କ୍ୱିଣ୍ଟାଲ ରୂପା ଅଳଙ୍କାରରେ ଝଲସୁଛନ୍ତି ମା'

By ETV Bharat Odisha Team

Published : 8 hours ago

GAJALAXMI PUJA: କେନ୍ଦ୍ରାପଡ଼ା: ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ । ଧନଦାତ୍ରୀଙ୍କ ଆଗମନରେ ଉତ୍ସବମୁଖର କେନ୍ଦ୍ରାପଡ଼ା । ଚଳିତ ବର୍ଷ କେନ୍ଦ୍ରାପଡ଼ା ସହରରେ ୧୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ମା' ଲକ୍ଷ୍ମୀଙ୍କ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି । ମା'ଙ୍କ ଚାନ୍ଦି ମେଢରେ କଟକର ତାରକସି କାମ ଆଖିକୁ ଝଲସାଇ ଦେଉଛି । ଆକର୍ଷଣୀୟ ରୂପାର ସିଂହାସନ ସାଙ୍ଗକୁ ଆଭୂଷଣ ଆଉ ମସ୍ତକରେ ସୁନାର ମଥାମଣି । ଦୈନିକ ଲକ୍ଷାଧିକ ଭକ୍ତ ମା' ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ନେଉଛନ୍ତି ।

ସେପଟେ କଟକ ଦଶହରାରେ ଦେବୀ ମା'ଙ୍କ ଚମକକୁ ଅବିକଳ ନକଲ କରୁଥିବା କହିଛନ୍ତି ଶ୍ରଦ୍ଧାଳୁ । ସହରର ଖଡିଅଙ୍ଗ ପୂଜା ମଣ୍ଡପ, କାକଟ ମଙ୍ଗଳା ପୂଜା ମଣ୍ଡପ, ଶ୍ରୀଗଙ୍ଗା ଭାଗିରଥୀ ପୂଜା କମିଟି ଓ ବିମ୍ବଳାଇ ପୂଜା ମଣ୍ଡପରେ ଶୋଭାପାଉଛି ମା'ଙ୍କ ଆକର୍ଷଣୀୟ ଚାନ୍ଦିମେଢ । ସହରର ଅନ୍ୟତମ ପୁରାତନ ପୂଜା ଅନୁଷ୍ଠାନ ଗଙ୍ଗା ଭାଗିରଥୀ ମେଢ଼ରେ ଦେଢ଼ କ୍ୱିଣ୍ଟାଲ ଚାନ୍ଦି ବ୍ୟବହାର ହୋଇଥିବାବେଳେ ଦେଢ଼ ଶହ ଗ୍ରାମ ସୁନାର ଚନ୍ଦ୍ରିକା ବ୍ୟବହାର ହୋଇଛି । ଏଥିପାଇଁ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ । ସେହିପରି ଖଡିଅଙ୍ଗ ପୂଜା ମଣ୍ଡପରେ ପ୍ରାୟ ୧ କ୍ୱିଣ୍ଟାଲରେ ନିର୍ମିତ ଚାନ୍ଦିମେଢ ଶୋଭା ପାଉଛି । 
ଏହା ମଧ୍ୟ ପଢନ୍ତୁ....ଅଦିନିଆରେ ମାଣବସା ଓଷା: ଜାଣନ୍ତୁ କେଉଁଠି ? 

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.