ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା କେନ୍ଦ୍ରାପଡା ବିଜେପି ଯୁବମୋର୍ଚ୍ଚା - Kendrapara BJP Youth Morcha PC - KENDRAPARA BJP YOUTH MORCHA PC
🎬 Watch Now: Feature Video

Published : May 31, 2024, 10:42 PM IST
Kendrapara BJP Youth Morcha:କେନ୍ଦ୍ରାପଡା: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ସହ କେନ୍ଦ୍ରାପଡ଼ା ବିଜେପି ବିଧାୟିକା ପ୍ରାର୍ଥିନୀଙ୍କୁ ବିଜେଡି କର୍ମୀଙ୍କ ଗାଳି ଗୁଲଜ କରିବା ଘଟଣାକୁ ନେଇ ଦୃଢ଼ ନିନ୍ଦା କରିଛି କେନ୍ଦ୍ରାପଡା ବିଜେପି ଯୁବମୋର୍ଚ୍ଚା । ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଏଥିପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି କେନ୍ଦ୍ରାପଡ଼ା ଯୁବମୋର୍ଚ୍ଚା ସଭାପତି ଶୋଭନ ଆଚାର୍ଯ୍ୟ ।
ଶୋଭନ ଆଚାର୍ଯ୍ୟ କହିଛନ୍ତି, "ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । ଯୁବଶକ୍ତିକୁ ଅପମାନ ଅର୍ଥାତ୍ ରାଷ୍ଟ୍ରକୁ ଅପମାନ । ଏହା ଆମ ଯୁବ ସମାଜ ପ୍ରତି ଅପମାନ । ନିର୍ବାଚନରେ ସମସ୍ତଙ୍କର ଅଧିକାର ରହିଛି । ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ଅନ୍ୟ ୪ଜଣ ଯୁବମୋର୍ଚ୍ଚାର ଯୁବନେତାଙ୍କ ଉପରେ ଗୁଣ୍ଡାମାନେ ମିଳିତ ଭାବରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଲୋମା ଟାଙ୍କୁରା ଘଟଣା ଭଦ୍ରକର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଘଟିଥିଲା । ଏହାର ପ୍ରମୁଖ କାରଣ ହେଉଛି ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା । କେନ୍ଦ୍ରାପଡା ବିଜେପି ଯୁବମୋର୍ଚ୍ଚା ତରଫରୁ ଏହି ଘଟଣାକୁ ଆମେ ଦୃଢ଼ ନିନ୍ଦା କରିବା ସହ ଜଘନ୍ୟ ଅପରାଧରେ ସଂପୃକ୍ତ ଅସାମାଜିକ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛୁ । ଅସହିଷ୍ଣୁ ରାଜନୀତି ପାଇଁ ଏହା ନୂଆ ନୁହେଁ । ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଅନେକ ପ୍ରତିଫଳନ ଦେଖିବାକୁ ମିଳିଛି । ଏଥିରୁ ଗୋଟେ କଥା ସ୍ପଷ୍ଟ ବଡ଼ ନେତା ଏହି ଆକ୍ରମଣରେ ସଂପୃକ୍ତ । ଏହାର ତଦନ୍ତ କରାଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରୁଛୁ ।"
ଆଜିର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଯୁବମୋର୍ଚ୍ଚା ସଭାପତି ଶୋଭନ ଆଚାର୍ଯ୍ୟଙ୍କ ସହ ଷ୍ଟେଟ ଏକ୍ଜିକ୍ୟୁଟିଭ ମେମ୍ବର ଶ୍ରେୟାସ ଦାସ, ଷ୍ଟେଟ କୋ ଅର୍ଡିନେଟର୍ ଅଭିଷେକ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ କେଶବ ମିଶ୍ର ଓ ଜିଲ୍ଲା ସମ୍ପାଦକ ସ୍ମୃତିରଞ୍ଜନ ମଲ୍ଲ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା