thumbnail

By ETV Bharat Odisha Team

Published : Aug 17, 2024, 8:43 PM IST

ETV Bharat / Videos

ଗିରଫ ହେଲେ ସହକାରୀ ଯୋଗାଣ ଅଧିକାରୀ, ମିଳିଲା କୋଟି କୋଟି ଟଙ୍କାର ଗୁମର - ACSO pradeep mohapatra Arrested

ACSO PRADEEP MOHAPATRA ARRESTED:କଟକ: ଗିରଫ ହେଲେ ଲାଞ୍ଚୁଆ ଯୋଗାଣ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅତରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ରେଡ଼ ସମୟରେ କଟକ, ଭୁବନେଶ୍ୱରରେ ଆଲିସାନ ଘର, ୨ ଦାମୀ ପ୍ଲଟ , 850 ଗ୍ରାମ ସୁନା, 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଡିପୋଜିଟ ଓ ଲକ୍ଷେ ଟଙ୍କା ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ସମେତ କଟକ, ଭୁବନେଶ୍ୱରର 5ଟି ସ୍ଥାନରେ ଚଢ଼ାଉ କରିଥିଲେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । କଟକ କଲ୍ୟାଣୀ ନଗର, ନୂଆପଡା,ଭୁବନେଶ୍ୱର ଲିଙ୍ଗୀପୁର ଓ କେନ୍ଦ୍ରାପଡା ଅଫିସରେ ଜାରି ରହିଥିଲା ସର୍ଚ୍ଚ ଅପ୍ରେସନ । 4 ଜଣିଆ DSP ରାଙ୍କ ଅଧିକାରୀଙ୍କ ଅଧୀନରେ ଜାରି ରହିଥିଲା ଚଢ଼ାଉ । 

ଏହା ମଧ୍ୟ ପଢନ୍ତୁ ...ଟ୍ୟାକ୍ସ ଆଦାୟ ନାଁରେ ନେଉଥିଲେ ଲାଞ୍ଚ, ଭିଜିନାନ୍ସ ଜାଲରେ CT GST ଆସିଷ୍ଟାଣ୍ଟ କମିସନର - CT GST OFFICER ON VIGILANCE NET

କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ତାଙ୍କ ନାଁ ଆୟ ବହିର୍ଭୂତ ସମ୍ପତ୍ତିଠୁଳ ନେଇ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କର ବିଭିନ୍ନ ଜାଗାରେ ଯାଞ୍ଚ କରିଥିଲା । ସମୁଦାୟ ଆୟର ୩୩୬ ପ୍ରତିଶତ ସମ୍ପତ୍ତି ଆୟ ବହିର୍ଭୁତ ବୋଲି ଭିଜିଲାନ୍ସ ପ୍ରମାଣ ପାଇଥିଲା ।

ଇଟିଭି ଭାରତ,କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.