ଘଞ୍ଚ ଜଙ୍ଗଲ ମଧ୍ୟରେ ପୂଜା ପାଉଛନ୍ତି ବାବା ବିଶେଶ୍ବର, ପାହାଡ ଚଢି ଜଳଲାଗି କରନ୍ତି କାଉଡିଆ - SAWAN 2024

By ETV Bharat Odisha Team

Published : Aug 5, 2024, 6:48 PM IST

thumbnail
ବାବା ବିଶେଶ୍ବର (ETV Bharat Odisha)

ବୌଦ୍ଧ: ଆଜି ହେଉଛି ଶ୍ରାବଣ ମାସର ପବିତ୍ର ତୃତୀୟ ସୋମବାର । ଭୋଳାବାବାଙ୍କୁ ଜଳଲାଗି କରିବାକୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ମାନସିକ ପୂରଣ ପାଇଁ ମହାଦେବଙ୍କୁ ଜଳଲାଗି କରୁଛନ୍ତି । ଏମିତି ଏକ ଶୈବ ପୀଠ ହେଉଛି  ବାବା ବିଶେଶ୍ବର ପୀଠ । ଭୋଳାବାବାଙ୍କ ଏହି ମନ୍ଦିରଟି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ବୀରାମୁଣ୍ଡା ଗ୍ରାମ ନିକଟରେ ଥିବା ପାରାଭାଡି ଜଙ୍ଗଲ ଉପରେ ରହିଛି ବାବା ବିଶେଶ୍ବରଙ୍କ ପବିତ୍ର ପୀଠ । ଯେଉଁଠିକି ଯିବା ପାଇଁ ଭକ୍ତଙ୍କୁ ପାହାଡ ଚଢି ଯିବାକୁ ପଡେ । କାହିଁ କେଉଁ କାଳରୁ ଏଠାରେ ବାବାଙ୍କୁ ପୂଜାର୍ଚ୍ଚନା କରାଯାଉ ଥିଲେ ମଧ୍ୟ ପୀଠଟି ଅଗମ୍ୟ ଅଞ୍ଚଳରେ ଥିବାରୁ ଶ୍ରଦ୍ଧାଳୁଙ୍କୁ ଘାଟି ପାହାଡ଼ ଚଢି ଠାକୁରଙ୍କ ନିକଟରେ ପହଞ୍ଚିବାକୁ ପଡ଼ିଥାଏ । ଏଥିସହ ଗୁପ୍ତ ଗଙ୍ଗା ଜଳଉତ୍ସ ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସେପଟେ ଏଠାକୁ ପହଞ୍ଚିବାକୁ ରାସ୍ତା ନଥିବାରୁ ଗମନାଗମନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଉଠିଛି ।

ଏହା ମଧ୍ୟ ପଢନ୍ତୁ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ମହାଦେବଙ୍କୁ ଜଳାଲାଗି ପାଇଁ ପ୍ରବଳ ଭିଡ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.