ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ କନ୍ଧମାଳ ପିପୁଲସ ଫୋ୍ରମର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର - କନ୍ଧମାଳ ପିପୁଲସ ଫୋ୍ରମ ବିକ୍ଷୋଭ
🎬 Watch Now: Feature Video
Published : Mar 6, 2024, 10:42 PM IST
Kandhamal People's Forum Protest: ଫୁଲବାଣୀ: ସ୍ଥାୟୀ ପଟ୍ଟା ଦାବିରେ ପାଇଁ ଗର୍ଜିଲା କନ୍ଧମାଳ ପିପୁଲସ ଫୋ୍ରମ । ଆଜି(ବୁଧବାର) ଦିନ କନ୍ଧମାଳ ପିପୁଲସ ଫୋ୍ରମ ପକ୍ଷରୁ ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପ୍ରତିବାଦ କରାଯାଇଛି । ସଂଗଠନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାଧାମୋହନ ମହାପାତ୍ରଙ୍କ ବଳିଷ୍ଠ ନେତୃତ୍ୱରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଶତାଧିକ ଲୋକ, ବୁଦ୍ଧିଜୀବୀ, ସ୍ଲୋଗାନ ଦେବାସହ ହାତରେ ପ୍ଲାକାର୍ଡ ଧରି ସ୍ଥାନୀୟ ମାଦି କୁନ୍ଦା ଛକରୁ ବାହାରି ବିଜୁ ପଟ୍ଟନାୟକ ଛକ ଦେଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଥିଲେ । ସରକାରୀ ଜମିରେ ଜବରଦଖଲ କରି ପିଢି ପରେ ପିଢି ଧରି ରହି ଆସିଥିବା ଲୋକଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା ନେଇ ଦାବି କରାଯାଇଥିଲା । ଏନେଇ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ....ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ
ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀଗୁଡିକ ର ବିକାଶ କରିବା ସହ ଇକୋଟୁରିଜିମ ହବ୍ ମାନ୍ୟତା ଦାବି କରାଯାଇଥିଲା । ଏହା ଦ୍ୱାରା ଜିଲ୍ଲା ତଥା ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକ ମାନେ ବହୁ ସଂଖ୍ୟାରେ ଏଠାକୁ ଆସିବେ ଓ ଜିଲ୍ଲାର ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ରାଧାମୋହନ କହିଥିଲେ । ଡାକପାଲା ଠାରୁ ଭାୟା ସାଇନପଦର ଅରାପାଜୁ ସ୍ଥାୟୀ ରାସ୍ତା ନିର୍ମାଣ, ସାଇନପଦର ସ୍କୁଲର ଉନ୍ନତି କରଣ କରିବା ପାଇଁ ଦାବି କରିଛି ସଂଗଠନ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ପିପୁଲସ ଫୋ୍ରମର ନୀଳ ମାଧବ ମିଶ୍ର, ପ୍ରିୟ ରଞ୍ଜନ ମିଶ୍ର, କାଁହୁ ଚରଣ ଡିଗାଲଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କନ୍ଧମାଳ