ଅର୍ଥ ଅଭାବରୁ ବିସ୍ଥାପିତ ପରିବାର ସଦସ୍ୟଙ୍କ ଗଲା ଜୀବନ, କାରଖାନା ସମ୍ମୁଖରେ ମୃତଦେହ ରଖି ଧାରଣା - DISPLACED PEOPLE PROTEST - DISPLACED PEOPLE PROTEST
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 1, 2024, 10:22 PM IST
KALINGANAGAR DISPLACED PEOPLE PROTEST: ଯାଜପୁର: ବିସ୍ଥାପିତ ପରିବାରକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ନୀଳାଞ୍ଚଳ କାରଖାନା ଆଗରେ ମୃତଦେହ ରଖି ଧାରଣା ଦେଲେ ଲୋକେ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପିତ ସଦସ୍ୟାଙ୍କ ଅର୍ଥ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ନୀଳାଞ୍ଚଳ ବିସ୍ଥାପିତ କଲୋନୀର ପୁତକର ପୂର୍ତ୍ତିଙ୍କ ସ୍ତ୍ରୀ ଯବନ ପୂର୍ତ୍ତି ।
ସୂଚନା ମୁତାବକ ନୀଳାଞ୍ଚଳ କାରଖାନା ନିର୍ମାଣ ସମୟରେ କାରଖାନା ପକ୍ଷରୁ ବିସ୍ଥାପିତମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇନଥିବା ଅଭିଯୋଗ ହୋଇଛି । ପ୍ରତିଶ୍ରୁତି ମୁତାବକ ବିସ୍ଥାପିତ ପରିବାର କର୍ମଚାରୀଙ୍କ ଚାକିରି କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ହେଲେ ତାଙ୍କ ପରିବାରର ଆଉ ଜଣଙ୍କୁ ନିଯୁକ୍ତି ମିଳିବାର ନିୟମ ରହିଛି । ହେଲେ 2023 ମସିହାରେ ଚାକିରି ଥିବା ସମୟରେ ପୁତକରଙ୍କର ମୃତ୍ୟୁ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର କାହାକୁ ନିଯୁକ୍ତି ନ ମିଳିବାରୁ ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଆସୁଥିଲେ । ତେବେ ମୃତ ପୁତକରଙ୍କ ସ୍ତ୍ରୀ ଯବନ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ଚିକିତ୍ସା ପାଇଁ ଅର୍ଥ ଅଭାବ କରଣରୁ ପରିବାର ଲୋକେ ତାଙ୍କ ଚିକିତ୍ସା କରାଇ ପାରିନଥିଲେ । ତେଣୁ ତାଙ୍କର ଘରେ ହିଁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଯଦି କାରଖାନା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାନଯାଏ ,ତାହାଲେ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ଲୋକେ । ଘଟଣା ସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସେପଟେ ଏହି ଖବର ପାଇ ଜିଲ୍ଲାପାଳ ନିଖିଲ ପୱାନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଲେନେଶ୍ୱର ଅମାତ ଓ ଏସପି ଭିନିତ ଅଗ୍ରୱାଲ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ଦାବି ପୁରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ କାରଖାନା ସମ୍ମୁଖରୁ ମୃତଦେହ ଉଠାଇ ଆନ୍ଦୋଳନରୁ ଓହୋରିଥିଲେ ବିସ୍ଥାପିତ ପରିବାର ।
ଇଟିଭି ଭାରତ, ଯାଜପୁର