21ରୁ ଦୁଲୁକିବ ଦଲକି ଓ କୁମୁଡାପାଲି, ଧନୁଯାତ୍ରା ବେଳେ ଏହି ଗାଁ ସାଜିବ ଗୋପପୁର ଓ ମଥୁରା - JHARSUGUDA DHANUYATRA
🎬 Watch Now: Feature Video
Published : Dec 12, 2024, 5:58 PM IST
ଝାରସୁଗୁଡ଼ା: କୁମୁଡାପାଲିରେ ଅନୁଷ୍ଠିତ ହେବାକୁ ଯାଉଛି ଧନୁଯାତ୍ରା । ଆସନ୍ତା 21 ରୁ 27 ତାରିଖ ଯାଏଁ ଏହା ଅନୁଷ୍ଠିତ ହେବ । 20 ତାରିଖ କଳସ ଯାତ୍ରା ଅନୁଷ୍ଠିତ ହୋଇ 21 ତାରିଖ ନନ୍ଦୋତ୍ସବ ଏବଂ ଏହାପରେ ପ୍ରତ୍ୟେକ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଅନୁଷ୍ଠିତ କରାଯାଇ 27 ତାରିଖ ଦିନ କଂସ ବଧ ସହ ଧନୁଯାତ୍ରା ଉଦଯାପିତ ହେବ । ଚଳିତ ବର୍ଷ ଦଲକି ଗ୍ରାମ ଗୋପପୁର ହେବାକୁ ଥିବାବେଳେ କୁମୁଡାପାଲି ହେବ ମଥୁରା ।
ଏହା ବି ପଢନ୍ତୁ...କଂସ ମହାରାଜଙ୍କ ହସରେ କମ୍ପିବ ବରଗଡ଼, ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ
ଏହା ମଧ୍ୟ ପଢନ୍ତୁ...ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଭୁବନେଶ୍ୱର ପ୍ରଧାନ ହେବେ ନୂଆ କଂସ
କଂସ ଭୂମିକାରେ ଓମ ପ୍ରକାଶ ପଟେଲ, ଶ୍ରୀକୃଷ୍ଣଙ୍କ ଭୂମିକାରେ ରଞ୍ଜିତ ପଟେଲ, ବଳରାମଙ୍କ ଭୂମିକାରେ ମନୋଜ କୁମାର ପାଲେ, ନନ୍ଦ ରାଜା ଭୂମିକାରେ ସୁଶାନ୍ତ କୁମାର ପଟେଲ, ଏବଂ ଯଶୋଦା ଭୂମିକାରେ ବିନିତା ପଟେଲ ଅଭିନୟ କରିବେ । କୁମୁଡାପାଲିରେ ଚଳିତ ବର୍ଷ ଧୁମଧାମରେ ଧନୁଯାତ୍ରା ଉତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ଝାରସୁଗୁଡ଼ା