ସମ୍ବଲପୁରୀ ଦିନ୍; ନାଚଗୀତରେ ଝୁମୁଛି ଝାରସୁଗୁଡ଼ା, ଆକର୍ଷଣ ସାଜିଲେ PK - Sambalpuri Day Celebration - SAMBALPURI DAY CELEBRATION
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/01-08-2024/640-480-22102452-thumbnail-16x9-jharsuguda.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 1, 2024, 5:10 PM IST
ଝାରସୁଗୁଡ଼ା: 'ପିକେ' ପାଳିଲା ସମ୍ବଲପୁରୀ ଦିନ୍ । ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ଶ୍ରୀସତ୍ୟନାରାଣ ବହିଦାରଙ୍କ ଜନ୍ମ ଦିବସ ସାରା ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳନ ହେଉଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ଯୁବକ । ବଲିଉଡ ଷ୍ଟାର ଆମିର ଖାନଙ୍କ ପିକେ ଚରିତ୍ର ବେଶରେ ଜଣେ ଯୁବକ ନଜର ଆସିଛନ୍ତି । ହଳଦିଆ ରଙ୍ଗର ଟୋପି ସହ କାନ୍ଧରେ ରେଡିଓ ପକାଇଥିବା ବେଳେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । 2014 ମସିହାରେ ଆମିର ଖାନ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ବଲିଉଡ଼ ଚଳଚ୍ଚିତ୍ର 'ପିକେ' ମୁକ୍ତିଲାଭ କରିଥିଲା ।
ଅନ୍ୟପଟେ ଝାରସୁଗୁଡାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଛି ସମ୍ବଲପୁରୀ ଦିନ୍ । ପଶ୍ଚିମାଞ୍ଚଳ ଏକତାମଞ୍ଚ ଓ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରସ୍ତୁତି କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ଦ୍ବାରା ଆୟୋଜିତ ହେବାକୁ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇଛନ୍ତି । ସେହିପରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ମଞ୍ଚ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ, ପଦ୍ମଶ୍ରୀ ହଳଧର ନାଗ, ଭାଷାବିତ୍ ଦୁର୍ଗା ମାଧବ ଦାସ ଯୋଗଦେବେ ।
ଏହା ବି ପଢନ୍ତୁ- ଆଜି ସମ୍ବଲପୁର ଦିନ, ଝାରସୁଗୁଡାରେ ଶୋଭାଯାତ୍ରା
ଆଜି ସକାଳୁ 10ଟାରେ ବେହେରାମାଲ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରାରେ ଯାଇ ନବଦାସ ଅଡିଟୋରିୟମରେ କରାଯିବ କାର୍ଯ୍ୟକ୍ରମ । ଅନ୍ୟ ଏକ ଶୋଭାଯାତ୍ରାରେ ଅପରାହ୍ନ 2ଟାରେ କନକ ଦୁର୍ଗା ମଣ୍ଡପରେ ପୂଜାର୍ଚ୍ଚନା ପରେ ସତସଙ୍ଗ ଭବନ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ଯିବା ପରେ କରାଯିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଉଭୟ ସଂସ୍ଥା ପକ୍ଷରୁ ସମ୍ବଲପୁରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ । ସୂଚନା ଥାଉ କି ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ଶ୍ରୀସତ୍ୟନାରାଣ ବହିଦାରଙ୍କ ଜନ୍ମ ଦିବସ । ଏହି ଦିନକୁ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସବୁଠି ସମ୍ବଲପୁରୀ ସଂସ୍କୃତିର ଝଲକ ଦେଖିବାକୁ ମିଳେ ।
ଇଟିଭି ଭାରତ, ଝାରସୁଗୁଡ଼ା