ସିନ୍ଦୁକରେ ରଖାଯିବ ରତ୍ନଭଣ୍ଡାର ଅଳଙ୍କାର - Ratna Bhandar opens

By ETV Bharat Odisha Team

Published : Jul 14, 2024, 2:22 PM IST

thumbnail
RATNA BHANDAR OPENS (ETV BHARAT ODISHA)

ପୁରୀ: ଖୋଲିଲା ଶ୍ରୀମନ୍ଦିର ‘ରତ୍ନଭଣ୍ଡାର’ । 46ବର୍ଷ ପରେ ଖୋଲିଲା ଦାରୁଦିଆଁଙ୍କ ଦୁର୍ଲ୍ଲଭ ଅଳଙ୍କାରର ‘ରତ୍ନଭଣ୍ଡାର’ । ଯାଞ୍ଚ ପରେ ଗଣତି ମଣତି ହେବ । 11ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରି ରତ୍ନଭଣ୍ଡାର ଖୋଲିଛନ୍ତି । ଅଳଙ୍କାର ରଖିବାକୁ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । 6ଟି କାଠ ନିର୍ମିତ ସିନ୍ଦୁକରେ ଅଳଙ୍କାର ରଖାଯିବ । ତିନି ଦିନ ମଧ୍ୟରେ ପ୍ରସ୍ତୁତ ହୋଇଛି ଏହି ସମସ୍ତ ସିନ୍ଦୁକ । ଅଳଙ୍କାର ସିନ୍ଦୁକରେ ରଖି ସ୍ଥାନାନ୍ତର କରାଯିବ । ଏହାପରେ ଗଣତି ଓ ମଣତି ପ୍ରକ୍ରିୟା ଆରମ୍ଭ ହେବ । ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ନିଆଯାଇଛି ସମସ୍ତ ସିନ୍ଦୁକ । ‘ଏସଓପି’ ଆଧାରରେ ଖୋଲିଛି ରତ୍ନଭଣ୍ଡାର । ବହୁ ବିଚାରବିମର୍ଶ, ବୈଠକ, ପ୍ରସ୍ତୁତି ପରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ସମୟ ଅପରାହ୍ନ 1ଟା 28 ମିନିଟରେ ରତ୍ନଭଣ୍ଡାର ଖୋଲାଯାଇଛି । 

ଏହା ମଧ୍ୟ ପଢନ୍ତୁ-ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: 5 ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ଭିତରେ ଯାଞ୍ଚ କରୁଛି 11ଜଣିଆ ଟିମ୍‌ - Ratna Bhandar opens

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.