କେନ୍ଦ୍ରାପଡାରେ ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ଦେଲେ ବିଧାୟକ ଓ ଜିଲ୍ଲାପାଳ - International Yoga Day - INTERNATIONAL YOGA DAY
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/21-06-2024/640-480-21762454-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 21, 2024, 7:45 PM IST
International Yoga Day 2024: କେନ୍ଦ୍ରାପଡା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ପୋୖରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯୋଗ ଦିବସ ପାଳିତ ହୋଇଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକର ବତୀଘର ପଞ୍ଚୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଶିବିରରେ କେନ୍ଦ୍ରାପଡା ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସହ ନବ ନିର୍ବାଚିତ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଏବଂ ମହାକାଳପଡା ବ୍ଲକ ବିଡିଓଙ୍କ ସହ ତହସିଲଦାର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ଯରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।
ଆଜି ସାରା ବିଶ୍ବରେ ଯୋଗ ଦିବସ ପାଳନ କରାଯାଉଛି । ବ୍ଯସ୍ତ ବହୁଳ ଜୀବନ ଭିତରେ ପ୍ରତ୍ୟେକ ଦିନ ନିଜ ପାଇଁ ଏବଂ ନିଜ ଶରୀର ପାଇଁ ଗୋଟିଏ ଘଣ୍ଟା ସମସ୍ତେ ଯୋଗ କରନ୍ତୁ ଓ ନିଜକୁ ନିରୋଗ ରିଖନ୍ତୁ ବୋଲି କହିଛନ୍ତି ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ । ସେହିପରି କେନ୍ଦ୍ରାପଡା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ରହି ଯୋଗ କରିବା ସହ ଯୋଗର ଉପକାରିତା ସମ୍ପର୍କରେ ଉପସ୍ଥିତ ଯୋଗାଭ୍ୟାସକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା