25 ବର୍ଷ ବୟସରେ ବିଶ୍ବ ରେକର୍ଡ ନିଶା; ସାଇକେଲ୍‌ରେ ବିଶ୍ବ ଭ୍ରମଣରେ ବେଦାଙ୍ଗି - Cyclist Vedangi Kulkarni

By ETV Bharat Odisha Team

Published : Jul 14, 2024, 4:40 PM IST

thumbnail
Cyclist Vedangi Kulkarni (ETV Bharat Odisha)

Cyclist Vedangi Kulkarni: ବାଲେଶ୍ବର: ବୟସ ମାତ୍ର 25, ଏହି ବୟସରେ ବିଶ୍ବ ରେକର୍ଡ ସୃଷ୍ଟି କରିବାର ନିଶା ତାଙ୍କୁ ଘାରିଛି । ସେଇଥିପାଇଁ ତ, ସେ ଦୁଃସାହସିକ ପଦକ୍ଷେପ ନେବାପାଇଁ ମଧ୍ୟ ଆଗେଇ ଆସିଛନ୍ତି । ଏକୁଟିଆ ସାଇକେଲ ଧରି ପୁରା ବିଶ୍ବ ବୁଲିବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ମହାରାଷ୍ଟ୍ର ପୁଣେ ସହରର ଯୁବତୀ ବେଦାଙ୍ଗି କୁଲକର୍ଣ୍ଣି । ଗ୍ରେଟ ବ୍ରିଟେନର ବର୍ଣ୍ଣ ମୋଥ୍‌ ବିଶ୍ଵବିଦ୍ୟାଳୟରେ କ୍ରୀଡା ପରିଚାଳନା ବିଷୟ ନେଇ ସେ ପାଠ ପଢିଛନ୍ତି । ଦୁଃସାହସିକ କ୍ରୀଡାରେ ରେକର୍ଡ କରିବା ତାଙ୍କର ନିଶା । ଓଡ଼ିଶାର ଚିଲିକା ଠାରେ ଥିବା ଆଇଏନ୍‌ଏସ୍‌ ଚିଲିକାର ନାଭାଲ ବେସ୍‌ରୁ ବାହାରିଛନ୍ତି ନିଜ ସାଇକେଲରେ ବିଶ୍ବ ପରିଭ୍ରମଣ ପାଇଁ । ଲକ୍ଷ୍ୟ ରହିଛି 110 ଦିନ ମଧ୍ୟରେ ସେ ବିଶ୍ବର 30ଟି ରାଷ୍ଟ୍ରର ମୋଟ 29,000 କିଲୋମିଟର ରାସ୍ତା ଅତିକ୍ରମ କରିବେ ଓ ଶେଷରେ ଆଇଏନ୍‌ଏସ୍‌ ଚିଲିକାର ନାଭାଲ ବେସ୍‌ରେ ପହଞ୍ଚିବେ ।

2018 ମସିହାରେ ମଧ୍ୟ ସେ ବିଶ୍ବ ପରିକ୍ରମା କରିଥିଲେ । ମାତ୍ର ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇନଥିଲେ । ସେଥିପାଇଁ ପୁଣିଥରେ ବିଶ୍ବ ରେକର୍ଡ ସୃଷ୍ଟି କରିବା ପାଇଁ ସାଇକେଲ ଧରି ବାହାରିଛନ୍ତି ବେଦାଙ୍ଗି । ପିଲାଟିବେଳୁ ସେ କ୍ରୀଡା ଓ ପରେ ଦୁଃସାହସିକ କ୍ରୀଡାରେ ଭାଗ ନେଇ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ । ୟୁନାଇଟେଡ୍‌ କିଙ୍ଗ୍‌ଡମର ସ୍କଟଲାଣ୍ଡ୍‌ରେ ଥିବା ଏକ ବିଶ୍ଵବିଦ୍ୟାଳୟରେ ସ୍ପୋର୍ଟସ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ସେ । ପର୍ବତ ଆରୋହଣରେ ମଧ୍ୟ ତାଙ୍କର ରୁଚି ରହିଛି । ଅନେକ ଥର ସେ ଭାରତ ଓ ଚୀନ ସୀମାରେ ଥିବା ହିମାଳୟର ଯୋଜିଲା ପାସ ସମେତ ବିଭିନ୍ନ ଗିରିଶୃଙ୍ଗକୁ ଚଢିଛନ୍ତି । ଅନେକ ଚାକିରୀ ଅଫର ଥିଲେ ମଧ୍ୟ ସେ ଚାକିରୀ କରିନାହାନ୍ତି । କିଛି ନୂଆ କରିବା ଲାଗି ସାଇକେଲରେ ବିଶ୍ବ ଭ୍ରମଣ କରିବାକୁ ଏହାକୁ ମିଶାଇ ଦୁଇଥର ଉଦ୍ୟମ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକାରେ ବିଶ୍ବ ରେକର୍ଡ କଲେ ଓଡ଼ିଆ ପୁଅ, 12 ଘଣ୍ଟାରେ ଦୌଡ଼ିଲେ 68 କିଲୋମିଟର - Comrades Marathon

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.