ୟୁଏଇରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ

By ETV Bharat Odisha Team

Published : Feb 13, 2024, 7:47 PM IST

thumbnail

ହାଇଦ୍ରାବାଦ: ଦୁଇଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଓ କତାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ଆବୁଧାବିରେ ପହଞ୍ଚିଛନ୍ତି । ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନ ମୋଦିଙ୍କୁ ସ୍ବାଗତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ରହିଥିବା ହୋଟେଲରେ ପ୍ରବାସୀ ଭାରତୀୟଙ୍କୁ ସେ ସକ୍ଷାତ କରିଛନ୍ତି । ପ୍ରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ‘ମୋଦି ହୈ ତୋ ମୁମକିନ ହୈ’ ଓ ‘ହର ହର ମହାଦେବ ଘର ଘର ମୋଦି’ ନାରାରେ ପୁରା ପରିବେଶ କମ୍ପିଛି । ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରବାସୀ ଭାରତୀୟ ସମୂଦାୟ ଦ୍ବାରା ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିଲା । ଜଣେ କୁନି ଝିଅଙ୍କ ଠାରୁ ପ୍ରଧାନମନ୍ତ୍ରୀ ଉପହାର ମଧ୍ୟ ଗ୍ରହଣ କରିଥିଲେ ଓ ଫଟୋ ଉଠାଇଥିଲେ । କିଛି ସମୟ ମଧ୍ୟରେ ଆବୁଧାବିର ଏକ ଷ୍ଟାଡିୟମରେ ଆୟୋଜିତ ‘ଆଲାନ ମୋଦି’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଭାରତୀୟ ଏକାଠି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.