thumbnail

By ETV Bharat Odisha Team

Published : Jan 22, 2024, 3:52 PM IST

ETV Bharat / Videos

ପ୍ରାଣ ପ୍ରତିଷ୍ଠା ପରେ କଣ କହିଲେ ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଅରୁଣ ଯୋଗୀରାଜ...

Ram Lalla sculptor Arun Yogiraj: ଅଯୋଧ୍ୟା: ଗର୍ଭଗୃହରେ ବିରାଜିଲେ ରାମଲାଲା । ଏହି ବିଶେଷ ମୁହୂର୍ତ୍ତର ସାକ୍ଷୀ ହୋଇ ନିଜକୁ ଆଜି ଧନ୍ୟ ଧନ୍ୟ କହୁଛନ୍ତି ପ୍ରତ୍ୟେକ ଭାରତୀୟ । ଦୀର୍ଘ ୫୦୦ ବର୍ଷର ସ୍ବପ୍ନ ଆଜି ପୂରଣ ହୋଇଛି । ରାମଲାଲାଙ୍କ ୫ବର୍ଷର ବାଲ୍ୟ ସ୍ବରୂପ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ଗଢିଥିବା କାରିଗର ଅରୁଣ ଯୋଗୀରାଜ । ସେ ନିଜକୁ ଆଜି ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଥିବା କହିଛନ୍ତି  । ତାଙ୍କ ଦ୍ବାରା ଗଢାଯାଇଥିବା ମୂର୍ତ୍ତି ମନ୍ଦିରରେ ସ୍ଥାପିତ ହେବା ପରେ ସେ କିପରି ଅନୁଭବ କରୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଯୋଗୀରାଜ କହିଛନ୍ତି, "ଆଜି ମୁଁ ନିଜକୁ ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଛି । ରାମଲାଲା ସର୍ବଦା ମୋ ସହିତ ରହିଛନ୍ତି। ବେଳେ ବେଳେ ମୋତେ ଲାଗେ ମୁଁ ଏକ ସ୍ବପ୍ନର ଦୁନିଆରେ ରହିଛି  । ଆଜି ଦିନଟି ମୋ ପାଇଁ ଏକ ବଡ ଦିନ  ।"  

ଏହା ବି ପଢନ୍ତୁ- ପ୍ରତୀକ୍ଷାର ଅନ୍ତ ଘଟାଇ ବିରାଜିଲେ ମର୍ଯ୍ୟାଦା ପୁରୁଷ, ଆଳତୀ କଲେ ପ୍ରଧାନମନ୍ତ୍ରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.