thumbnail

By ETV Bharat Odisha Team

Published : Jan 20, 2024, 10:23 AM IST

ETV Bharat / Videos

ସୈତାନ ସ୍ୱାମୀ, କାଠଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା

Husband killed wife: ନୂଆପଡା: ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି  କାଠ ଫାଳିଆରେ ପିଟିପିଟି ହତ୍ୟାକଲା ସ୍ୱାମୀ । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବଡମୁଲା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର କାଠଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଖବର ପାଇଁ ଖଡ଼ିଆଳ ପୋଲିସ ବଡମୁଲା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।  

ଏହାମଧ୍ୟ ପଢନ୍ତୁ..ଜନ୍ମଦାତ୍ରୀ ହିଁ ହତ୍ୟାକାରୀ, ଯାଆଁଳା ଛୁଆଙ୍କ ଜୀବନ ନେଇଥିଲା ପିଶାଚୀ ମା’

ସୂଚନା ମୁତାବକ ଗୁରୁବାର ରାତ୍ରିରେ ସ୍ୱାମୀ ଅଚ୍ୟୁତ ସଗରିଆ ସ୍ତ୍ରୀ କୁନ୍ତୀ ସଗରିଆ ଖାଇ ପିଇ ଶୋଇବା ବେଳେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅଚ୍ୟୁତ ଗାଳି ଗୁଳଜ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା । କ୍ରୋଧାନ୍ୱିତ ହୋଇ ଅଚ୍ୟୁତ ଏକ କାଠ ଫାଳିଆରେ କୁନ୍ତୀର ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ମହିଳାଙ୍କ ଭାଇ ଖଡ଼ିଆଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଖଡ଼ିଆଳ ପୋଲିସ ଶୁକ୍ରବାର ଦିନ ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

ଇଟିଭି ଭାରତ, ନୂଆପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.