thumbnail

ସିକ୍ରେଟ ଚାମ୍ବରରେ ତାମିଲନାଡ଼ୁ ଯାଉଥିଲା ଗଞ୍ଜେଇ; ମାଡ଼ି ବସିଲା ଅବକାରୀ ବିଭାଗ - GANJA SEIZED

By ETV Bharat Odisha Team

Published : Jul 8, 2024, 10:37 PM IST

ବ୍ରହ୍ମପୁର:ଗଜପତି ଜିଲ୍ଲାରୁ ତାମିଲନାଡୁକୁ ଚୋରାଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ । ତାହା ପୁଣି କଣ୍ଟେନର ମଧ୍ୟରେ ଏକ ସିକ୍ରେଟ ଚାମ୍ବର ଭିତରେ । ହେଲେ ଏଭଳି ଚୋରାଚାଲାଣକୁ ଧରିବାରେ ସଫଳ ହୋଇଛି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । କଣ୍ଟେନର ଓ ଏହାକୁ ଏସକର୍ଟ କରି ଯାଉଥିବା ଏକ କାର ସହିତ ୪୧୪ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବାବେଳେ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ଅଧିକ୍ଷକ ସ୍ନେହଲତା ନାୟକ ଏବଂ ତାଙ୍କ ଟିମଙ୍କୁ ଏଭଳି ଚୋରାଚାଲାଣ ନେଇ ପୂର୍ବରୁ ଖବର ମିଳିଥିଲା । ଏହାକୁ ଧରିବା ପାଇଁ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ପୋଡାମାରିଠାରେ ଅବକାରୀ ଟିମ୍‌ ଅପେକ୍ଷା କରି ରହିଥିଲେ । ଉକ୍ତ କଣ୍ଟେନରକୁ ଏସକର୍ଟ କରି ଆସୁଥିବା ଏକ କାରକୁ ପ୍ରଥମେ କାବୁ କରାଯାଇଥିଲା । ସେଠାରୁ ଗଞ୍ଜେଇ ଆସୁଥିବା କଣ୍ଟେନର ସମ୍ପର୍କରେ ଜଣାପଡିବା ପରେ ସେହି କଣ୍ଟେନରକୁ ଅଟକାଇ ସିକ୍ରେଟ ଚାମ୍ବରକୁ ଖୋଲାଯାଇ ସେଥିରେ ଥିବା ୪୧୪ କିଲୋ ଗଞ୍ଜେଇକୁ ଧରିବାରେ ସକ୍ଷମ ହୋଇଥିଲେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ କଣ୍ଟେନରର ତାମିଲ ଡ୍ରାଇଭର ସମେତ ଗଜପତିରୁ ଦୁଇ ଜଣ ଏବଂ ରାୟଗଡା ଜିଲ୍ଲାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କେବଳ ସେତିକି ନୁହେଁ, ଏହି ଘଟଣାରେ ଜବତ କଣ୍ଟେନର ନିଜ ଗାଡିର ଦୁଇଟି ନମ୍ବର ବ୍ୟବହାର କରୁଥିବା ଜଣାପଡ଼ିଛି । ଓଡିଶା ମଧ୍ୟରେ ଓଡିଶାର ନମ୍ବର ଏବଂ ସୀମା ପାର ହେଲେ ତାମିଲନାଡୁ ନମ୍ବର ପ୍ଲେଟ ଗାଡ଼ିରେ ବ୍ୟବହାର କରାଯାଉଥିବା ଅବକାରୀ ବିଭାଗର ତଦନ୍ତରୁ ସ୍ପଷ୍ଟ ହୋଇଛି । ସେପଟେ କିଭଳି ଅବକାରୀ ବିଭାଗ ଏହି କଣ୍ଟେନର ସିକ୍ରେଟ ଚାମ୍ବରରେ ଗଜପତିରୁ ତାମିଲନାଡୁକୁ ଚାଲାଣ ହେଉଥିବା ଏତେ ପରିମାଣର ଗଞ୍ଜେଇ ଧରିବାରେ ସକ୍ଷମ ହୋଇଥିଲେ, ସେନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି ଅଧିକ୍ଷକ ସ୍ନେହଲତା ନାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...ବିପୁଳ ପରିମାଣର ଗଞ୍ଜେଇ ସହ କାର ଜବତ, 3 ଗିରଫ - ganja seized in sambalpur

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.