ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ହେରାପଞ୍ଚମୀ ନୀତି, ଲାଗି ହେଲା ଅମୃତଭାଣ୍ଡ ଭୋଗ - hera panchami

By ETV Bharat Odisha Team

Published : Jul 12, 2024, 1:25 PM IST

thumbnail
HERA PANCHAMI (ETV BHARAT ODISHA)

ଗଜପତି: ଜିରାଙ୍ଗ ବଳଦେବଜୀଉଙ୍କ ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଯାଇଛି। ଏହି ନୀତି ଦେଖିବାକୁ ମନ୍ଦିରରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡା, ଗଞ୍ଜାମ ଏବଂ ଅନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ଯଦିଓ ଏଠାରେ 3 ଠାକୁର ପୂଜା ପାଇଛନ୍ତି ତଥାପି ବଳଦେବ ଜୀଉଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଥିବାରୁ ଏଠାକୁ ବିଭିନ୍ନ ସମସ୍ୟାରେ ପଡିଥିବା ଲୋକେ ଧାଇଁ ଆସିଥାନ୍ତି । ମାନସିକ ପୁରଣ ହେବା ପରେ ମୁଣ୍ଡନ ଓ ଅମୃତଭୋଗ କରିଥାନ୍ତି ।  ପ୍ରତିବର୍ଷ ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ଆୟୋଜିତ ହୋଇଥାଏ । ହେଲେ ହେରାପଞ୍ଚମୀରେ ଶ୍ରଦ୍ଧାଳୁଙ୍କ ଭିଡ ପ୍ରବଳ ହୋଇଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଏଠାକାର ଆୟୋଜକ କହିଛନ୍ତି । ଏଠାରେ ଭକ୍ତ ମାନେ ବଳଦେବଜୀଉଙ୍କ ମନପସନ୍ଦ ଅମୃତଭାଣ୍ଡ ଭୋଗ ଲାଗି କରିଥାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଠାକାର ଗୌଡମାନଙ୍କ ଦ୍ବାରା ଏହା ପ୍ରସ୍ତୁତ କରାଇ ଭୋଗ ଲଗାଇବା ସହ ମାନସିକ କରିବା ଦ୍ବାରା ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେଣୁ ଏଠାରେ ଗୌଡ ସେବାୟତମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ମାନସ୍କାମନା ପୁରଣ ହେବାପରେ ହେରା ପଞ୍ଚମୀ ତିଥିରେ ଆସି ମୁଣ୍ଡନ ହେବାର ପରମ୍ପରା ରହିଆସିଛି । ତେଣୁ ଏହି ଦିନ ଓଡିଶା ତଥା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ଏହା ମଧ୍ୟ ପଢନ୍ତୁ-ହେରାପଞ୍ଚମୀ ନୀତି; ନନ୍ଦିଘୋଷ ରଥ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ - PURI RATH YATRA HERA PANCHAMI

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.