ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୪୦ଡିଗ୍ରୀ ଛୁଇଁଲା ପାରଦ - WEATHER UPDATE - WEATHER UPDATE
🎬 Watch Now: Feature Video
Published : Mar 29, 2024, 10:00 PM IST
WEATHER UPDATE:ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଥିବା ବେଳେ ୫ଟି ସହରରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା । ଆଜି (ଶୁକ୍ରବାର) ଦିନ ଟିଟିଲାଗଡ ,ବଲାଙ୍ଗୀର , ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ୪୦ ଡିଗ୍ରୀ ଛୁଇଁଛି ତାପମାତ୍ରା । ଯାହା ଆଜିର ସର୍ବଚ୍ଚୋ ତାପମାତ୍ରା ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ସେହିପରି ବଢୁଥିବା ତାପମାତ୍ରାକୁ ଆଖି ଆଗରେ ରଖି ପାଣିପାଗ ବିଭାଗ ସତର୍କତା ଜାରି କରିଛି । କୈଣସି ଜରୁରୀ କାର୍ଯ୍ୟ ନଥିଲେ ଦିନ ୧୧ରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବାହାରକୁ ଯିବା ସମୟରେ ଛତା, ଜୋତା ଓ ପାଣି ବୋତଲ ନେଇ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ.....ସିଝୁଛି ସାରା ଓଡିଶା, 4ରୁ 5ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର - ODISHA WEATHER
ଇଟିଭି ଭାରତ, ଭୁବନେଶ୍ବର