ମୁନା ଭାଇ MBBS ଫିଲ୍ମ ଦେଖନ୍ତୁ ଡାକ୍ତର: ସ୍ୱାସ୍ଥ୍ୟମନ୍ତ୍ରୀ - Munna Bhai MBBS

By ETV Bharat Odisha Team

Published : Jun 26, 2024, 9:10 PM IST

thumbnail
HEALTH MINISTER MUKESH MAHALING SUGGESTS DOCTORS TO TREAT PATIENTS LIKE AS MUNNA BHAI MBBS (ETV Bharat Odisha)

ODISHA HEALTH DEPARTMENT: କଟକ: 'ଡାକ୍ତରୁ ଦେଖନ୍ତୁ ମୁନା ଭାଇ MBBS ଫିଲ୍ମ । ସେଇ ଫିଲ୍ମରୁ ଜଣାପଡିବ ଗୋଟିଏ ଡକ୍ଟର କିପରି ତାର ରୋଗୀ ପ୍ରତି ଯତ୍ନବାନ ।' ଆଜି ଏସସିବି ମେଡିକାଲର ଡାକ୍ତର ମାନଙ୍କୁ ହିନ୍ଦୀ ସିନେମା ମୁନ୍ନା ଭାଇ ଏମବିବିଏସ ଦେଖିବା ପାଇଁ ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାସହ ମେଡିକାଲକୁ ଆସୁଥିବା ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ଦେଇଛନ୍ତି । ସ୍ବାସ୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର ଲାଗି ଏସସିବି ମେଡିକାଲ ପରିଦର୍ଶନରେ ଆସିଥିଲେ ମୁକେଶ ମହାଲିଙ୍ଗ । ଏହି ଅବସରରେ ସେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏବଂ ପରିଶେଷରେ ଏସସିବି ମେଡିକାଲରେ କାର୍ଯ୍ୟରତ ଡାକ୍ତର ଓ ବିଶେଷ କରି ବିଭିନ୍ନ ବିଭାଗର ମୁଖ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକରେ ସ୍ବାସ୍ଥମନ୍ତ୍ରୀ ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । 

ଏହା ବ୍ୟତୀତ ସରକାର ସ୍ବାସ୍ଥ୍ୟ ସେବା ପାଇଁ ଉତ୍ତମ ଭିତ୍ତିଭୂମି ପ୍ରସ୍ତୁତ କରି ପାରିବେ କିନ୍ତୁ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ହିଁ ପ୍ରକୃତ ସେବା ହେବ ବୋଲି ସେ କହିଥିଲେ । ରୋଗୀ ଓ ଡାକ୍ତରମାନଙ୍କ ମଧ୍ୟରେ ଯେପରି ଭଲ ସମ୍ପର୍କ ରହିବ, ତାହା ଉପରେ ବେଶି ଗୁରୁତ୍ବ ଦିଆଯାଉଛି । ଯେପରି ଡାକ୍ତର ରୋଗୀଙ୍କ ପ୍ରତି ଭଲ ବ୍ୟବହାର କରିବେ, ସେନେଇ ଅଧିକ ଯତ୍ନବାନ ହେବା ନେଇ ବିଭିନ୍ନ ବର୍ଗର ଡ଼ାକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । 

ଏହା ମଧ୍ୟ ପଢନ୍ତୁ ...୧୫ ମିନିଟରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ - Ambulance service in 15 minutes

ଅନ୍ୟପଟେ ଫିଲ୍ମ ଓ ବାସ୍ତବ ଚିକିତ୍ସାରେ ପାର୍ଥ୍ୟକ ରହିଛି । ହେଲେ ମନ୍ତ୍ରୀଙ୍କ ଏହି କଥା ଗୋଟିଏ ଡାକ୍ତର ପାଇଁ ବେଶ୍ ପ୍ରେରଣା ଦାୟୀ । ଆଗମୀ ଦିନରେ ଏହି ତମାମ ବାର୍ତ୍ତା ଚିକିତ୍ସା ଦିଗରେ ଉପଲବ୍ଧ ହେବ । ସେପଟେ ସିନେମା ଓ ବାସ୍ତବତା ମଧ୍ୟରେ ଅନେକ ଫରକ ଥାଏ କିନ୍ତୁ ରୋଗୀଙ୍କ ଉପଯୁକ୍ତ ସେବା ଓ ସମ୍ମାନ ପ୍ରଦର୍ଶନ କରିବା ପ୍ରତିଟି ଡାକ୍ତର କର୍ତ୍ତବ୍ୟ ବୋଲି କହିଥିଲେ ଏସସିବି ଅଧିକ୍ଷକ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.