ନଳକୂପ ବ୍ୟବହାରକୁ କେନ୍ଦ୍ର କରି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି - ATTACKS ON A YOUTH IN NAYAGARH
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 2, 2024, 10:29 PM IST
ନୟାଗଡ଼: ଭାପୁର ଅଞ୍ଚଳରେ ବର୍ବରତା । ନଳକୂପ ବ୍ୟବହାରକୁ କେନ୍ଦ୍ର କରି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ । ଭାଇରାଲ ହେଉଛି ଅମାନୁଷିକ ମାଡ଼ର ମାରିବା ଭିଡ଼ିଓ । ଫତେଗଡ ଥାନା ବଡ଼ସହରା ଗାଁର ଜଣେ ଯୁବକଙ୍କ ହାତକୁ ଗଛରେ ବାନ୍ଧି ଅତି ଅମାନୁଷିକ ଭାବେ 4 ଜଣ ବ୍ୟକ୍ତି ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ଯୁବକଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।
ଜଣେ ମହିଳା ଓ ପୁରୁଷ ହାତରେ କାଠ ଫାଳିଆ ଧରି ତାଙ୍କୁ ମାଡ଼ ମାରୁଥିବା ଭିଡିଓରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ତେବେ କେଉଁ କାରଣ ପାଇଁ ଏହି ଘଟଣା ଘଟିଛି । ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଯୁବକ ଜଣକ ଗାଡି ଚାଳକ ହୋଇଥିବାବେଳେ ସେ ଭୁବନେଶ୍ଵରରେ ରୁହନ୍ତି । ସେପଟେ ତାଙ୍କ ପରିବାରକୁ ଗାଁରେ ବାସନ୍ଦ କରାଯାଇ ନଳକୂପ ବ୍ୟବହାର କରିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି । ଆଜି (ଶନିବାର) ସେ ଗାଁରେ ପହଞ୍ଚି ନଳକୂପ ବ୍ୟବହାର କରିଥିବାରୁ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭାପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ଵର ଏମ୍ସକୁ ପଠାଯାଇଛି ।
ଏହା ମଧ୍ୟ ପଢନ୍ତୁ ...ସାଇବର ଠକେଇ: ଇଣ୍ଟରପୋଲ ସହାୟତାରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ
ଇଟିଭି ଭାରତ, ନୟାଗଡ଼