ପ୍ରଭୁ ରାମଲାଲାଙ୍କ ଆଗମନ; ବ୍ରହ୍ମପୁରରେ ସାମୁହିକ ଦୀପଦାନ ସହ ଆତସବାଜି - celebration at Berhampur

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 22, 2024, 10:41 PM IST

ବ୍ରହ୍ମପୁର : ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସବର ମାହୋଲ । ଏହାକୁ ନେଇ ରେଶମ ସହର ବ୍ରହ୍ମପୁରରେ ସହରବାସୀ ସାମୁହିକ ଦୀପଦାନ କରି ବାଣ ଫୁଟାଇ ଅତ୍ୟନ୍ତ ଖୁସିର ସହକାରେ ଦୀପାବଳୀ ଭାବେ ପାଳନ କରିଛନ୍ତି । ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ପ୍ରଭୁ ରାମଲାଲାଙ୍କ ଭକ୍ତଙ୍କ ଦର୍ଶନ ଦେଉଥିବା ନେଇ ସାରା ଦେଶର ଉତ୍ସବର ମାହୋଲ । ଏହି ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ସାମୂହିକ ଦୀପଦାନ କରାଯାଇଥିବା ବେଳେ ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ସମସ୍ତେ ଏକତ୍ରିତ ହୋଇ ମିଠା ବଣ୍ଟନ କରିବା ସହିତ ଆତସବାଜି ଫୁଟାଇ ସମସ୍ତେ ଶ୍ରୀରାମ-ଜୟରାମ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସାରା ସହର ।

ଏହା ମଧ୍ୟ ପଢନ୍ତୁ ... ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ବ୍ରହ୍ମପୁର ଉପକଣ୍ଠରେ ବିରାଟ ଶୋଭାଯାତ୍ରା

ସେହିପରି ଆଜି ସକାଳେ ବ୍ରହ୍ମପୁର ସହର ସମେତ ଉପକଣ୍ଠରେ ରହିଥିବା ଲୋଚାପଡା ପଞ୍ଚାୟତରେ ରାମ ଭକ୍ତଙ୍କ ବିରାଟ ମୋଟର ସାଇକେଲରେ ପରିକ୍ରମା କରିଥିଲେ । ଛୋଟ ଛୋଟ ଶିଶୁ ଙ୍କୁ ରାମ, ସୀତା, ଲକ୍ଷ୍ମଣ, ହନୁମାନ ଆଦି ପୌରାଣିକ ବେଶରେ ନଗର ପରିକ୍ରମା କରାଯାଇଥିଲା  । ଭକ୍ତ ମାନେ ସ୍ଥାନେ ସ୍ଥାନେ ରହି ଜୟ ଶ୍ରୀରାମର ଉଦଘୋଷ ଦେଇଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.