thumbnail

ରାଜରାସ୍ତାରେ ଜାତୀୟ ଟାଇକୋଣ୍ଡା ଖେଳାଳି ଅର୍ଚ୍ଚନା, ଗାନ୍ଧୀମାର୍ଗରେ ବିକିଲେ ଆଳୁ

By ETV Bharat Odisha Team

Published : Mar 10, 2024, 7:55 PM IST

Archana Kanungo On Hunger Strike: ଭୁବନେଶ୍ବର: ଚାକିରି ପାଇଁ ରାଜରାସ୍ତାରେ ବସିଛନ୍ତି ଜାତୀୟ ଟାଇକୋଣ୍ଡା ଖେଳାଳି ଅର୍ଚ୍ଚନା କାନୁନଗୋ । ଦୀର୍ଘଦିନ ହେବ ଗାନ୍ଧିମାର୍ଗରେ ନିଜର କ୍ରୀଡା ସଂରକ୍ଷଣ ଓ ଯୋଗ୍ୟତାକୁ ନେଇ ନିଦ ଚାକିରି ପାଇଁ ଲଢୁଛନ୍ତି ଅର୍ଚ୍ଚନା । ତେବେ ପ୍ରଥମେ ଆମରଣ ଅନଶନରେ ବସିଥିବା ବେଳେ ବର୍ତ୍ତମାନ ଅଭିନବ ଉପାୟରେ ଆଳୁ ବିକି ଚାକିରି ପାଇଁ ଦାବି କରୁଛନ୍ତି ସେ । ଉଚ୍ଚ ଶିକ୍ଷା ବିଭାଗ ଏବଂ ରାଜ୍ୟସରକାରଙ୍କୁ ନିଜର ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ଚାକିରି ଖଣ୍ଡେ ନ ମିଳିବାରୁ ଏଭଳି ନିଆରା ଢଙ୍ଗରେ ଧାରଣା ଦେଇଥିବା ସେ କହିଛନ୍ତି । ତେବେ ଯେଉଁ ପର୍ଯ୍ୟନ୍ତ ତାଙ୍କୁ ସରକାର ଚାକିରି ପ୍ରଦାନ କରି ନାହାନ୍ତି । ସେ ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।   

ସୂଚନା ଥାଉକି, ସେ ନିଜ ଯୋଗ୍ୟତା ଓ ସଂରକ୍ଷଣକୁ ନେଇ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଡେଭଲପମେଣ୍ଟ ଷ୍ଟଡ଼ିଜ ପ୍ରାଧ୍ୟାପକ ପାଇଁ ଚୟନ ହୋଇଥିଲେ କିନ୍ତୁ ତାଙ୍କୁ ଚାକିରି ମିଳିନାହିଁ । ଏପରିକି ତାଙ୍କୁ ଚାକିରି ଦେବା ପାଇଁ ହାଇକୋର୍ଟରରେ ମାମଲା ପହଞ୍ଚିଥିଲା । କୋର୍ଟ ମଧ୍ୟ ତାଙ୍କୁ ଚାକିରି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଶିକ୍ଷା ବିଭାଗ ଏସବୁକୁ ଅଣଦେଖା କରିବା ସହ ତାଙ୍କ ଯୋଗ୍ୟତା ଓ କ୍ରୀଡା ସମ୍ମାନକୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେ ଧାରଣାରେ ବସିଛନ୍ତି । 
 

ଏହା ମଧ୍ୟ ପଢନ୍ତୁ.....ରାଜରାସ୍ତାରେ ଗୋଲ୍ଡ ମେଡାଲିଷ୍ଟ, ଚାକିରି ପାଇଁ ଆମରଣ ଅନଶନ


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.