ସାଧାରଣ ନିର୍ବାଚନ ପୂର୍ବରୁ ବଲଙ୍ଗୀରେ ପୋଲିସର ଫ୍ଲାଗ ମାର୍ଚ୍ଚ

By ETV Bharat Odisha Team

Published : Mar 15, 2024, 9:41 PM IST

thumbnail

General Election Preparation:ବଲାଙ୍ଗୀର: ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାରେ ପୋଲିସର ପ୍ଲାଗ ମାର୍ଚ୍ଚ । ଅବାଧ ନିରେପେକ୍ଷ ନିର୍ବାଚନ ପାଇଁ ବଲାଙ୍ଗୀର ପୋଲିସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି । କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇ ପାରେ, ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର କରିଛି । ସେପଟେ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ପୋଲସ ମଧ୍ୟ ଜିଲ୍ଲାରେ ତାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫ୍ଲାଗ ମାର୍ଚ୍ଚ ଜାରି ରଖିଛି । ସେହିପର ପେଷାଦାର ଅପରାଧୀଙ୍କୁ ଧରିବା ସହ ବେଆଇନ ନିଶା କାରବାର ଉପରେ ମଧ୍ୟ ବ୍ୟାପକ ଚଢ଼ାଉ କରୁଛି ପୋଲିସ ।ସେହିପରି ପୁରୁଣା ଫେରାର ଅପରାଧୀଙ୍କୁ ମଧ୍ୟ ବାନ୍ଧିବା ଜାରି ରଖିଛି । ଏହାଛଡା ହଜାର ହଜାତ ସନ୍ଧିଗ୍ଧ ଅପରାଧୀଙ୍କୁ ମଧ୍ୟ 107 ଓ 110 ଦଫାରେ ନୋଟିସ ଜାରି କରିଛି ପୋଲିସ । ସେହିପରି ମାଓ ଅଞ୍ଚଳରେ ପୋଲିସ ବ୍ୟାପକ କମ୍ବିଂ ଅପରେସନ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ...........ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ

ସେପଟେ ବଲାଙ୍ଗୀର ଏସ ପି ଋଷିକେଶ କିଲ୍ଲାରି କହିଛନ୍ତି ଯେ, ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଗ୍ରହଣ କରିଛି । ପୂର୍ବରୁ କଣ୍ଟାବାଞ୍ଜି ପଟଣାଗଡରେ ପୋଲିସ ଓ ସିଆଇଏସଏଫ ଜବାନ ମିଳିତ ଭାବରେ ଫ୍ଲାଗ ମାର୍ଚ୍ଚ କରି ସାରିଛି । ଏବେ ବଲାଙ୍ଗୀର ଟିଟିଲାଗଡ଼ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି ।ସେହିପରି ଏଯାବତ 5ଶହଟି ନିଶା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହାସହ 450 ଜଣ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ 32ଶହ ଲୋକଙ୍କୁ 107 ଓ 110 ଦଫାରେ ନୋଟିସ ଜାରି କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.