ଅଭିଳାଷ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣକୁ ବିରୋଧ, ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ - Ganjam BJP Yuva Morcha

By ETV Bharat Odisha Team

Published : May 31, 2024, 11:05 PM IST

thumbnail
ଅଭିଳାଷ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣ (ETV Bharat Odisha)

Ganjam BJP Yuva Morcha Protest In Berhampur: ବ୍ରହ୍ମପୁର: ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଏବଂ ଗଞ୍ଜାମ ଜିଲ୍ଲା ଭାଜପା ସଭାପତିଙ୍କୁ ଭଦ୍ରକ ଜିଲ୍ଲାରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ବ୍ରହ୍ମପୁରରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀକୁ ଉଚିତ ଦଣ୍ଡ ନ ହେଲେ ଆଗାମୀ ଦିନରେ ବିଶାଳ ଆନ୍ଦୋଳନ କରାଯିବ ବୋଲି କହି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ କରିଛି ବିଜେପି ଯୁବମୋର୍ଚ୍ଚା ।
 

ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଡ଼ା.ସୁବାସ ସାହୁଙ୍କୁ ଭଦ୍ରକର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଘଣ୍ଟେଶ୍ୱରି ମଣ୍ଡଳରେ ବିଜେଡି ଦଳୀୟ କର୍ମୀ ଓ ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ସେହିପରି ଗତକାଲି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବଂସଡା ଅଞ୍ଚଳରେ ବିଜେଡି ଗୁଣ୍ଡାମାନଙ୍କ ଦ୍ବାରା ସଙ୍ଘବଦ୍ଧ ଭାବରେ ଆକ୍ରମଣର ଶିକାର ହୋଇଥିବା ଘଟଣାକୁ ଦଳ ପକ୍ଷରୁ ଦୁର୍ଭାଗ୍ୟର ବିଷୟ କହି ସମାଲୋଚନା କରାଯାଇଛି ।‌ ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ବାରମ୍ବାର ରାଜ୍ୟ ପୋଲିସ, ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଏନେଇ ଆଶ୍ଵସନା ଦିଆଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ସାରା ରାଜ୍ୟରେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଉଛି । 

ଏହା ମଧ୍ୟ ପଢ଼ନ୍ତୁ...ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ଅଭିଳାଷ, ଖଣ୍ତନ କଲେ ଏସସିବି ଅଧିକ୍ଷକ - Medical Negligence In SCB

ସେପଟେ ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ହେବାର 5 ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସହିତ ଦୁଇ ଅଭିଯୋଗୀ ଫେରାର ରହିଥିବା ବେଳେ କାହାକୁ ଗିରଫ କରାୟାଇ ନାହିଁ । ଯାହାକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବ୍ରହ୍ମପୁର ଠାରେ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦରେ  ଗଞ୍ଜାମ ଜିଲ୍ଲା ବିଜେପି  ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ଆହ୍ବାନରେ ଏହି ବିକ୍ଷୋଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ନେତା ବ୍ୟାମକେଶ ରାୟଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ‌। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ତୁତୁନ ପାତ୍ର, ଜିଲ୍ଲା ଉପ ସଭାପତି ବାପି ପ୍ରଧାନ ଓ କେ. ଚନ୍ଦ୍ରଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.