Eco friendly Ganesh: ତେନ୍ତୁଳି ମଞ୍ଜିରେ ଗଜାନନ, ମନ ମୋହୁଛି ଇକୋ ଫ୍ରେଣ୍ଡଲି ଗଣେଶ - Ganesh Puja 2024

By ETV Bharat Odisha Team

Published : Sep 7, 2024, 7:50 PM IST

thumbnail
Eco friendly Ganesh (ETV Bharat Odisha)

ବେଙ୍ଗାଲୁରୁ: ତେନ୍ତୁଳି ମଞ୍ଜିରେ ଗଣପତି । କର୍ଣ୍ଣାଟକର ଜଣେ ଶିଳ୍ପୀ ତେନ୍ତୁଳି ମଞ୍ଜିରେ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି । 8 ଫୁଟ ଲମ୍ବ 4 ଫୁଟ ଓସାର ବିଶିଷ୍ଟ ଏହି ଗଣେଶ ମୂର୍ତ୍ତି ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଯିଏ ଦେଖୁଛି ଘଡିଏ ଅଟକି ଯାଉଛି । ଗଣପତି ବାପ୍ପାଙ୍କ ଏହି ଇକୋ ଫ୍ରେଣ୍ଡଲି ମୂର୍ତ୍ତିକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ବେଲଗାଭିର ଶିଳ୍ପୀ ।  

କର୍ଣ୍ଣାଟକ ବେଲଗାଭିର ଶିଳ୍ପୀ ସୁନିଲ ସିଦ୍ଦପା ଏହି ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତିଟି ତିଆରି କରିଛନ୍ତି । ଏଥିରେ ସେ 2 ଲକ୍ଷ 21 ହଜାର 111 ତେନ୍ତୁଳି ମଞ୍ଜି ବ୍ୟବହାର କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି 35 ହଜାର ଟଙ୍କା । ପରିବାର, ପଡୋଶୀଙ୍କ ସହାୟତାରେ ସେ ଏହି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତିଟି ତିଆରି କରିଛନ୍ତି । ତେବେ ପ୍ରତିବର୍ଷ କିଛି ଭିନ୍ନ କରିବାର ଚିନ୍ତା ନେଇ ନୂଆ ନୂଆ ଡିଜାଇନରେ ଗଣେଶ ମୂର୍ତ୍ତି ତିଆରି କରନ୍ତି । ଆଜି ହେଉଛି ଗଣେଶ ପୂଜା । ଗାଁଠୁ ସହର ସବୁଠି ଚାଲିଛି ଗଜାନନଙ୍କ ଆରାଧନା । ପଲ୍ଲୀଠୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର । 

ଏହା ମଧ୍ୟ ପଢନ୍ତୁ: Ganesh Puja 2024: ଆସିଛନ୍ତି ବିଦ୍ୟାଦାତା ଅଗ୍ରପୂଜ୍ୟ: କାହିଁକି ହସ୍ତୀ ମସ୍ତକ ଧାରଣ କଲେ ଶ୍ରୀ ଗଣେଶ ? ଜାଣନ୍ତୁ ପୁରାଣ ବର୍ଣ୍ଣନା -

ଏହା ମଧ୍ୟ ପଢନ୍ତୁ:ବୋତଲ ଭିତରେ ସୁକ୍ଷ୍ମ କଳାକୃତି, ଗଣେଶ ପୂଜାର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.