ଧଳା ଚାଦରରେ ଆଚ୍ଛାଦିତ ଗୁଲମର୍ଗ, ଖେଲୋ ଇଣ୍ଡିଆକୁ କରୁଛି ସ୍ବାଗତ - କାଶ୍ମୀର ଗୁଲମର୍ଗ ଖେଲୋ ଇଣ୍ଟିଆ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/18-02-2024/640-480-20780257-thumbnail-16x9-khelo.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 18, 2024, 3:04 PM IST
Snowfall in Kashmir:ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ତୁଷାରପାତ । ଆଜି କାଶ୍ମୀରର ପାର୍ବତ୍ୟ ଅଞ୍ଚଳରେ ମଧ୍ୟମ ଧରଣର ତୁଷାରପାତ ହୋଇଥିବା ବେଳେ ସମତଳ ଅଞ୍ଚଳରେ ହାଲୁକା ତୁଷାରପାତ ହୋଇଛି । ଫଳରେ ଧଳା ଚାଦର ମଧ୍ୟରେ ଆଚ୍ଛାଦିତ ହୋଇଛି ପୁରା ଅଞ୍ଚଳ । ପାର୍ବତ୍ୟ ଅଞ୍ଚଳ ସହ ସ୍କି-ରିସର୍ଟ ଗୁଲମର୍ଗରେ ମଧ୍ୟ ତୁଷାରପାତ ହୋଇଛି । ଏହି ରିସୋର୍ଟରେ ଚଳିତ ମାସ 22 ତାରିଖରୁ ଖେଲୋ ଇଣ୍ଟିଆ ୱିଣ୍ଟର ଗେମ୍ସ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଖେଳକୁ ସ୍ବାଗତ କରିଛି ତୁଷାର ବର୍ଷା । ଏହି ତୁଷାରପାତ ପ୍ରଶାସନ ଓ ଖେଳାଳିମାନଙ୍କ ପାଇଁ ଖୁସି ଆଣି ଦେଇଛି ।
ସେପଟେ ପାଣିପାଗକୁ ଦୃଷ୍ଟିରେ ରଖି କାଶ୍ମୀରର ବିଭାଗୀୟ କମିଶନର ବିଜୟ କୁମାର ବିଧୁରୀ କହିଛନ୍ତି, "ରାସ୍ତାରୁ ବରଫ ସଫା କରିବାକୁ ପ୍ରଶାସନ ପ୍ରସ୍ତୁତ ଅଛି । ଖେଲୋ ଇଣ୍ଡିଆ ଖେଳ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ତେବେ କାଶ୍ମୀରରେ ତୁଷାରପାତ ଫଳରେ କିଛି ରାସ୍ତା ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳିଛି । ସେପଟେ ଆଗାମୀ 4 ଦିନ ପାଇଁ ଉପତ୍ୟକା ଅଞ୍ଚଳରେ ବର୍ଷା ଓ ତୁଷାରପାତ ପୂର୍ବାନୁମାନ କରିଛି ଜମ୍ମୁ କାଶ୍ମୀର ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ....ଧଳା ଚାଦରରେ ଆଚ୍ଛାଦିତ ଗୁଲମର୍ଗ, ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ