ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଦେଖନ୍ତୁ LIVE - budget live
🎬 Watch Now: Feature Video


Published : Feb 1, 2024, 11:01 AM IST
|Updated : Feb 1, 2024, 12:00 PM IST
ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଉଛି ଅନ୍ତରୀଣ ବଜେଟ ୨୦୨୪ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଗକୁ ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଆଗତ ହୋଇଛି । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ୍ । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ । ତେବେ କାମଚଳା ବଜେଟ୍ରେ କୌଣସି ବଡ଼ ଘୋଷଣା ନହେବା ନେଇ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଥିଲେ । ତଥାପି ନିର୍ବାଚନ ବର୍ଷ ହୋଇଥିବାରୁ ସବୁ ବର୍ଗର ଜନସାଧାରଣ ବଜେଟକୁ ନେଇ ଆଶାବାଦୀ ଅଛନ୍ତି । ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ବଜେଟ୍କୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ । ଏହାପରେ କ୍ୟାବିନେଟ ବୈଠକ ପରେ ବଜେଟକୁ ଅନୁମୋଦନ ଦିଆଯାଇଥିଲା । ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଦେଖନ୍ତୁ ଲାଇଭ...