ଲଗାଣ ବର୍ଷାରେ ବେହାଲ ଏନଏଚ-୫୫, ଢେଙ୍କାନାଳକୁ ଯୋଗାଯୋଗ ଠପ୍‌ - Heavy Rainfall In Dhenkanal

By ETV Bharat Odisha Team

Published : Jul 23, 2024, 3:51 PM IST

thumbnail
HEAVY RAINFALL IN DHENKANAL (ETV Bharat Odisha)

Heavy Rainfall In Dhenkanal: ଢେଙ୍କାନାଳ: ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି । ଲଗାଣ ବର୍ଷାରେ ବେହାଲ ୫୫ ନମ୍ବର ଜାତୀୟ ରାଜପଥ । ଢେଙ୍କାନାଳର ମେରମୁଣ୍ଡଳୀ ନିକଟରେ ରାଜପଥ ଉପରେ 2ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଓ ସମ୍ବଲପୁର ମୁଖ୍ୟ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି । 

ରାଜ୍ୟରେ ଗତ 2ରୁ 3ଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରିସ୍ଥଳେ ୫୫-ନମ୍ବର ଜାତୀୟ ରାଜପଥର ସ୍ଥିତି ବେହାଲ ହୋଇପଡିଛି । ଜାତୀୟ ରାଜପଥ ଉପରେ 2ଫୁଟର ବର୍ଷାଜଳ ଲହଡି଼ ମାରୁଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ନିଲଟରେ ଏପରିସ୍ଥିତି ଉପୁଜିଛି । ଏହି ଅଞ୍ଚଳରେ ମଶାଣିଆ ଛକରୁ କୁରୁଣ୍ଟି ଛକ ଯାଏଁ ରାଜପଥ ଉପରେ 2 ଫୁଟରୁ ଅଧିକ ଉଚ୍ଚରେ ବର୍ଷା ଜଳ ରହିଥିବାରୁ ଜାତୀୟ ରାଜପଥ ଏକ ପ୍ରକାର ପୋଖରୀର ଭ୍ରମ ସୃଷ୍ଟି କରୁଛି । ରାଜ୍ୟର 2 ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁସଂଖ୍ୟାରେ ଗାଡି ଅଟକି ରହିଛନ୍ତି । ଯାତ୍ରୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏପଟେ ବର୍ଷା ଲାଗି ରହିଥିବାରୁ ଏହି ରାଜପଥ ଉପରେ ଜଳସ୍ତର କମିବା ବଦଳରେ ବଢିବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାସ୍ତା ଉପରେ ପାଣିର ସୁଅ, ମାଲକାନଗିରିକୁ ଯୋଗାଯୋଗ ଠପ୍‌ - Heavy Rainfall At Malkangiri

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.