ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିପୋଡି ପାଉଁଶ - Astarang Hospital fire - ASTARANG HOSPITAL FIRE
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/11-08-2024/640-480-22177376-thumbnail-16x9-3.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 11, 2024, 11:35 AM IST
Astarang Hospital fire: ନିମାପଡା: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବିପିଏମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜଳପୋଡି ପାଉଁଶ ହୋଇଯାଇଛି । ଗତକାଲି(ଶନିବାର) ରାତିରେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବିପିଏମ କାର୍ଯ୍ୟାଳରୁ ହଠାତ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିପିଏମ କାର୍ଯ୍ୟାଳୟରେ ଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିବା ସହ ବିଦ୍ୟୁତ ସାମଗ୍ରୀଗୁଡିକ ଜଳିଯାଇଛି । ଅନ୍ୟପଟେ କାର୍ଯ୍ୟାଳୟ ମଧ୍ୟରେ ଅଗ୍ନିନିର୍ବାପକ ଯନ୍ତ୍ର ନଥିବା ଦେଖାଦେଇଛି ।
ଏହାମଧ୍ୟ ପଢନ୍ତୁ.. SMC-2 କାରଖାନାରେ ବଡ଼ ଅଘଟଣ, ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ - worker burnt alive
ଏନେଇ ଅଗ୍ନିଶମ ଅଧିକାରୀ ଶତ୍ରୁଘନ ଦାସ କହିଛନ୍ତି, "ବିଳମ୍ବିତ ରାତିରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ ହୋଇଥିବା ଖବର ପାଇଲୁ । ଅନେକ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ ହେବା ସହିତ ଲାଗିଥିବା ଏସି ପୋଡିଯାଇଛି । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସଟସର୍କିଟ କାରଣରୁ ହୋଇଥିବା ଜଣାପଡିଛି । ୮ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି ।''
ଇଟିଭି ଭାରତ, ପୁରୀ