ନବରଙ୍ଗପୁର ନିର୍ବାଚନ ମୈଦାନରେ ବାପ-ଝିଅ, ଭୂଜବଳ ଲୋକସଭା ଓ ଲିପିକା ବିଧାନସଭା ପ୍ରାର୍ଥୀ - Father Daughter duo Candidate

By ETV Bharat Odisha Team

Published : Apr 4, 2024, 10:06 PM IST

thumbnail

ନବରଙ୍ଗପୁର: ନିର୍ବାଚନ ଲଢ଼ିବେ ବାପା ଓ ଝିଅ । ନବରଙ୍ଗପୁର ଜିଲ୍ଲା ରାଜନୀତିରେ ଏହା ପ୍ରଥମ ତଥା ବିରଳ ଘଟଣା। ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ କରିଛିି । ଏହାସହ ଝିଅ ଡାକ୍ତର ଲିପିକା ମାଝୀ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ତେବେ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜନୀତିରେ ଅଭିଜ୍ଞ ତଥା ଡାବୁଗାଁ ବିଧାନସଭା ଆସନରେ ୩ଥର ବିଜୟୀ ଭୁଜବଳ ମାଝୀଙ୍କୁ ଦଳ ପକ୍ଷରୁ ସବୁଜ ସଂକେତ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ...ଟିକେଟ ନଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି: ଶିଶିର ଗମାଙ୍ଗ - No Ticket To Gamang Family

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ସକ୍ରିୟ ହେବା ପରେ ସ୍ଥିତି ସାମାନ୍ୟ ଗୋଳିଆ ହୋଇଥିଲା। ଶେଷରେ କିନ୍ତୁ ଦଳ ଭୁଜବଳଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ସେହିପରି ଜିଲ୍ଲା ପରିଷଦ ସଭ୍ୟା ଭାବେ ଲିପିକା ବିଜୟୀ ହେବାପରେ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇଥିଲେ। ତେଣୁ ଦଳ ତାଙ୍କୁ ଟିକେଟ୍‌ ଦେବ ବୋଲି ପୂର୍ବାନୁମାନ କରାଯାଉଥିଲା। ଯୁବ ତଥା ମହିଳା ପ୍ରାର୍ଥୀ ଭାବେ ତାଙ୍କ ନାଁରେ ଦଳ ମୋହର ମାରିଛି। ଅନ୍ୟପଟେ ନବରଙ୍ଗପୁର ବିଧାନସଭା ଆସନରେ ଅଭିଜ୍ଞ ନେତାଙ୍କ ବଦଳରେ ଦିଲୀପ କୁମାର ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି ଦଳ। ଝରିଗାଁ ବିଧାନସଭା ଆସନରେ ନୂଆ ମୁହଁ ଭାବେ ହାରାବତୀ ଗଣ୍ଡ ନିର୍ବାଚନ ଲଢ଼ିବେ। ଉମରକୋଟ ବିଧାନସଭା ଆସନରେ ଯୁବ ଚେହେରା ଭାବେ ସନରାଜ ଗଣ୍ଡ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଜଣ ମହିଳାଙ୍କୁ କଂଗ୍ରେସ ପ୍ରାର୍ଥୀ କରି ମହିଳା ସଶକ୍ତିକରଣର ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।


ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.