ବାଲୁକାକଳାରେ 75ତମ ସାଧାରଣତନ୍ତ୍ର ଦିବସ, ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ

By ETV Bharat Odisha Team

Published : Jan 25, 2024, 10:58 PM IST

thumbnail

ପୁରୀ : ରାତି ପାହିଲେ ଦେଶ ପାଳିବାକୁ ଯାଉଛି 75 ତମ ସାଧାରଣତନ୍ତ୍ର ଦିବସ  । ଏ ଅବସର ରେ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାକଳା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ ପୁରୀ ବେଳାଭୁମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି 75 ତମ ସଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ବାଲିରେ ତ୍ରିରଙ୍ଗା ସହ ଅଶୋକ ଚକ୍ରକୁ ସେ ସ୍ଥାନ ଦେଇ  ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ .... ସୁଦର୍ଶନଙ୍କ ବାଲୁକା କଳାକୁ ଭୂୟସୀ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ତେବେ ସେ ତ୍ରିରଙ୍ଗାର ନାରଙ୍ଗୀ ରଙ୍ଗ କୁ କମଳା ଦ୍ବାରା, ଧଳା ରଙ୍ଗ କୁ ଧଳା ଫୁଲ ଓ ସବୁଜ ରଙ୍ଗ କୁ କ୍ୟାପ୍ସିକମ୍ ଦ୍ବାରା ସଜେଇଛନ୍ତି । ଯାହାକି ଅତି ଚମତ୍କାର ହୋଇଛି  । ସେହିପରି 75 ତମ ସାଧାରଣତନ୍ତ୍ର ଦିବସ ଓ ମେରା ଭାରତ ମହାନ ର ଲେଖାକୁ ଲେମ୍ବୁ ଦ୍ଵାରା ଫିକା ସବୁଜ ରଙ୍ଗରେ ସେ ସଜେଇଛନ୍ତି ।   ଏହି ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ବେଳାଭୁମିରେ ପର୍ଯ୍ୟଟକ ମାନଙ୍କ ବେଶ୍ ଭିଡ ଜମିଛି ।

ଇଟିଭି ଭାରତ, ପୁରୀ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.