ହାଇକୋର୍ଟଙ୍କ ନିର୍ଦେଶରେ ଉଠିଲା ଜବରଦଖଲ, ସିଏମସିକୁ ଟାର୍ଗେଟ କଲେ ଉଠା ବ୍ୟବସାୟୀ - Eviction in Cuttack traffic point

By ETV Bharat Odisha Team

Published : Jun 14, 2024, 6:10 PM IST

thumbnail
Cuttack (ETV Bharat Odisha)

Eviction in Cuttack traffic point କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହଟିଲା ଜବର ଦଖଲ । କଟକ ଓଏମପି ଛକରୁ ନୂଆ ବଜାର ଓ ଲିଙ୍କ ରୋଡ଼ଠୁ ବାଦମବାଡ଼ି ପର୍ଯ୍ୟନ୍ତ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ । ଏନେଇ ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ଗଠିତ ଆର୍ଡ଼ଭୋକେଟ କମିଟି ଜବର ଦଖଲ ଉଛେଦ ସ୍ଥାନ ପରିଦର୍ଶନ କରିବା ସହ ରିପୋର୍ଟ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଏହି ଉଛେଦ ପୂର୍ବରୁ ଥଇଥାନ ବ୍ୟବସ୍ଥା ନକରିବା ହେତୁ ଜୀବନ ଜୀବିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଠା ବ୍ୟବସାୟୀ ମହାସଂଘ ।

କଟକ ସହରର ଟ୍ରାଫିକ ଛକ ନିକଟରୁ ଉଛେଦ ହୋଇଛି ଜବର ଦଖଲ । ଓଏମପି ଟ୍ରାଫିକ ପଏଣ୍ଟରୁ ନୂଆ ବଜାର ଓ ଲିଙ୍କ ରୋଡ଼ଠୁ ବାଦାମବାଡ଼ି ଟ୍ରାଫିକ ପଏଣ୍ଟ ପର୍ଯ୍ୟନ୍ତ ସମସ୍ତ ଜବରଦଖଲକୁ ଉଛେଦ କରିଛି କଟକ ମହାନଗର ନିଗମ । ଏହି ସ୍ଥାନ ଜନଗହଳି ସ୍ଥାନ ରହିଥିବାରୁ ସେଠାରେ ଉଠା ବ୍ୟବସାୟୀମାନଙ୍କ ଉଠା ଦୋକାନ ରହିଲେ ଅଧିକ ମାତ୍ରାରେ ଗହଳି ଓ ଟ୍ରାଫିକ ଜାମ ହେଉଥିବା ନେଇ ଅଭିଯୋଗ ପରେ ହାଇକୋର୍ଟ ସିଏମସିକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗତ ମାସ ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଜବରଦଖଲ ଉଚ୍ଛେଦ ଦାବି, ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ - Illegal Land Encroachment issue

ଏହାକୁ କାର୍ଯ୍ୟକାରୀ କରି ଚଳିତ ମାସ 10 ତାରିଖ ସୁଦ୍ଧା ସମସ୍ତ ଉଚ୍ଛେଦ ଶେଷ କରିବା ପାଇଁ  ନିର୍ଦ୍ଦେଶ ରହିଥିଲା । ଏହି କ୍ରମେରେ ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ଗଠିତ ଆଡ଼ଭୋକେଟ କମିଟି ଉଚ୍ଛେଦ ସ୍ଥାନ ବୁଲିବା ସହ ପ୍ରତ୍ୟେକ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରିବା ସହ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯାହା ଆଗାମୀ ଦିନରେ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି କମିଟି ସଦସ୍ୟ ।

ଅନ୍ୟପଟେ ଏହି ଉଚ୍ଛେଦକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଦୀର୍ଘ ବର୍ଷ ଧରି ସେଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବର୍ତ୍ତମାନ ହାତବାନ୍ଧି ବସିଥିବାରୁ ସିଏମସିର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି କଟକ ଉଠା ବ୍ୟବସାୟୀ ମହାସଂଘ । ତାଙ୍କ ମତରେ ହାଇକୋର୍ଟଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । କିନ୍ତୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବା ସିଏମସିର କର୍ତ୍ତବ୍ୟ । ବିଗତ 2019 ମସିହାରୁ ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ସିଏମସିର ଦ୍ୱାରସ୍ଥ ହେଉଥିଲେ ସୁଦ୍ଧା ଏଯାବତ ସମାଧାନର ବାଟ ମିଳି ପାରିନି । ଏପରିକି ଅନ୍ୟତ୍ର ଜାଗା ଚିହ୍ନଟ କରିବା ପାଇଁ କଟକ ମହାନଗର ନିଗମକୁ ବାରମ୍ବାର ପ୍ରସ୍ତାବ ଦିଆଯିବା ପରେ ମଧ୍ୟ ଏହା ହୋଇପାରିନାହିଁ  । ଏହାର ତ୍ୱରିତ ସମାଧାନ ପାଇଁ ଦାବି କରିଛନ୍ତି ଉଠା ବ୍ୟବସାୟୀ ମହାସଂଘ ।  


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.