ETV Bharat / bharat

NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି - ANIMAL FAT IN TIRUPATI LADDUS

author img

By ETV Bharat Odisha Team

Published : 5 hours ago

ANIMAL FAT IN TIRUPATI LADDUS: ଆନ୍ଧ୍ରପ୍ରଦେଶର ପୂର୍ବତନ YSRCP ସରକାର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ବାଇଡୁ । ଯାହା NDDB ଲ୍ୟାବ ରିପୋର୍ଟରୁ ବ୍ୟବହୃତ ଘିଅରେ ପଶୁ ଚର୍ବି ରହିଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି ।

ANIMAL FAT IN TIRUPATI LADDUS
ANIMAL FAT IN TIRUPATI LADDUS (ETV Bharat Odisha)

ହାଇଦ୍ରାବାଦ: YSRCP ସରକାର ସମୟରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଅମରାବତୀରେ NDAର ଏକ ବିଧାୟକ ଦଳ ବୈଠକରେ ସେ କହିଛନ୍ତି," ପୂର୍ବ YSRCP ଜଗନ୍ ସରକାରଙ୍କ କାର୍ଯ୍ୟକାଳରେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ଲଡୁ ପ୍ରସାଦରେ ନିମ୍ନମାନର ସାମଗ୍ରୀ ଏବଂ ପଶୁ ଚର୍ବି ବ୍ୟବହାର କରାଯାଇଥିଲା । ତିରୁପତି ବାଲାଜୀ ମନ୍ଦିର ଲଡୁ ପ୍ରସାଦକୁ ପ୍ରଭୁ ଶ୍ରୀଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଇଥିଲା । ଯାହା NDDB ଲ୍ୟାବ ରିପୋର୍ଟରୁ ଜଣାପଡ଼ିଛି । ତିରୁମାଲା ଲଡ଼ୁ ମଧ୍ୟ ନିମ୍ନମାନ ସାମଗ୍ରୀରେ ତିଆରି କରାଯାଇଥିଲା । ସେହି ସମୟରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି ଏବଂ ପ୍ରସାଦ ପାଇଁ ଉନ୍ନତମାନର ସାମଗ୍ରୀ ବ୍ୟବହାର କରାଯାଉଛି । "

ଜଗନଙ୍କୁ ଟାର୍ଗେଟ କଲେ ନାରା ଲୋକେଶ:

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଆଇଟି ମନ୍ତ୍ରୀ ନାରା ଲୋକେଶ ମଧ୍ୟ ଏହି ପ୍ରସଙ୍ଗରେ ଜଗନ୍ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି । ସେ ନିଜ Xରେ ପୋଷ୍ଟ କରି କହିଛନ୍ତି," ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବ ସ୍ବାମୀ ମନ୍ଦିର ହେଉଛି ଆମର ସବୁଠାରୁ ପବିତ୍ର ମନ୍ଦିର । ମୁଁ ଜାଣି ଆଶ୍ଚର୍ଯ୍ୟ ହୋଲି ଯେ YSR ଜଗନ୍ ମୋହନ ରେଡ୍ଡୀଙ୍କ କାର୍ଯ୍ୟକାଳ ମଧ୍ୟରେ, ଟିଟିଡି ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା ।"

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଟିଟିଡି ସଭାପତିଙ୍କ ନିନ୍ଦା:

ସେପଟେ YSRCPର ବରିଷ୍ଠ ନେତା ତଥା ପୂର୍ବତନ ଟିଟିଡି ସଭାପତି ୟୁ.ଭି ସୁବା ରେଡ୍ଡୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ନିନ୍ଦନୀୟ କହିବା ସହ ରାଜନୈତିକ ଲାଭ ପାଇଁ ଟିଡ଼ିପି ଯେ କୌଣସି ସ୍ତରକୁ ଯାଇପାରନ୍ତି ବୋଲି କହିଛନ୍ତି । ସେ ନିଜର Xରେ ପୋଷ୍ଟ କରି କହିଛନ୍ତି," ତିରୁମାଲା ପ୍ରସାଦଙ୍କ ବିଷୟରେ ତାଙ୍କର ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଅଟେ । କୌଣସି ବ୍ୟକ୍ତି ଏପରି ଶବ୍ଦ ବ୍ୟବହାର କରିବା ଅନୁଚିତ ।"ଏହାସହ ଭକ୍ତଙ୍କ ବିଶ୍ବାସକୁ ସୁଦୃଢ କରିବା ପାଇଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପରିବାର ସହିତ ତିରୁପତି ବାଲାଜୀ ମନ୍ଦିରରେ ଶପଥ ନେଇ ପ୍ରମାଣ କରିବା ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଦାମୀ ଗାଡ଼ି ନାହିଁ କି ଆଲିସାନ ବଙ୍ଗଳା, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମ୍ପତ୍ତି ଶୁଣିଲେ ଉଡ଼ିଯିବ ହୋସ .... - Net Worth Of New CM Atishi

ଏହା ମଧ୍ୟ ପଢନ୍ତୁ... ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident

ପାଣ୍ଠି ଲୁଟୁଥିବା ଅଭିଯୋଗ ଆଣିଲେ ଟିଡିପି ନେତା:

ଟିଡିପି ନେତା ପଟ୍ଟାଭୀ ରାମ କୋମାରେଡି ଜଗନ୍ ମୋହନଙ୍କ ନାଁରେ ଆଣିଛନ୍ତି ବଡ ଅଭିଯୋଗ । ସେ କହିଛନ୍ତି," ଆମେ ସମସ୍ତେ ଜାଣୁ ଯେ ଜଗନ୍ ମୋହନ ରେଡ୍ଡୀ 2019 ରୁ 2024 ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍)ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ । ଉଭୟ ୟୁ.ଭି ସୁବା ରେଡ୍ଡୀ ଏବଂ କାର୍ନୁନାକାର୍ ରେଡ୍ଡି ଜଗନ୍ ମୋହନ ରେଡ୍ଡୀଙ୍କ ଘନିଷ୍ଠ ପରିବାର ସଦସ୍ୟ । ତିରୁମାଲା ତିରୁପତି ଦେବସ୍ଥାନମରେ ନିଜ ମାମୁଁଙ୍କୁ ନିଯୁକ୍ତ କରି ସେ ଟିଟିଡି ପାଣ୍ଠି ଲୁଟିବା ଆରମ୍ଭ କରିଥିଲେ । କ୍ଷମତାକୁ ଆସିବା ପରେ ତୁରନ୍ତ ଆମେ ଟିଟିଡିରେ ଭିଜିଲାନ୍ସ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛୁ । ଭିଜିଲାନ୍ସ ଦ୍ବାରା ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି, ଯେ 530 କୋଟି ଟଙ୍କା ଲୁଟ୍ ହୋଇଛି । ସେହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରସାଦ ତିଆରି କରିବାରେ ବ୍ୟବହୃତ ହୋଇଥିବା ଘିଅ ମଧ୍ୟ ଲ୍ୟାବରେ ପରୀକ୍ଷା କରାଯାଉନଥିଲା ।"

ପଶୁ ଚର୍ବିରେ ଘିଅ:

ସେ ଆହୁରି ମଧ୍ୟ କହିଛନ୍ତି,"ତିରୁମାଲାରେ ପ୍ରଭୁ ବାଲାଜୀଙ୍କ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ପଶୁ ଚର୍ବି ବ୍ୟବହାର କରାଯାଉଥିବା ସୂଚନା ରହିଛି । ଗତକାଲି (ବୁଧବାର ଦିନ) ଏନଡିଏ ବିଧାୟକ ବୈଠକରେ ବିଧାୟକମାନଙ୍କୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଆମେ ଦେଖିଛୁ ଜଗନ୍ ରେଡ୍ଡୀ, ତାଙ୍କ ମାମୁଁମାନଙ୍କ ସହିତ ଟିଟିଡି ଦର୍ଶନ ଟିକେଟ୍ କଳା ବଜାରରେ କିପରି ବିକ୍ରି କରୁଥିଲେ | "

ରିପୋର୍ଟରେ ଚର୍ବିଥିବା ସ୍ପଷ୍ଟ:

ତେଲୁଗୁ ଦେଶମ ପାର୍ଟିର ରାଜ୍ୟ ମୁଖପାତ୍ର ଅନାମ ଭେଙ୍କଟା ରମଣ ରେଡ୍ଡୀ ଜଗନଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି," NDDB ଲ୍ୟାବ ରିପୋର୍ଟରେ YSRCP ଶାସନ ସମୟରେ ବ୍ୟବହୃତ ଘିରେ ପଶୁ ଚର୍ବିର ରହିଥିବା ସ୍ପଷ୍ଟ ହୋଇଛି । ତିରୁପତି ଲଡୁର ଘିଅ ସମ୍ବନ୍ଧୀୟ ପରୀକ୍ଷା ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଲ୍ୟାବରେ କରାଯାଇଛି । ପ୍ରକାଶିତ ଲ୍ୟାବ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ଯେ ମାଛତେଲ, ସୋୟାବିନ୍ ତେଲ, ଏବଂ ପଶୁ ଚର୍ବି ଇତ୍ୟାଦି ଘିଅରେ ମିଶ୍ରିତ କରାଯାଥିଲା । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.