ETV Bharat / state

ପ୍ରଥମଥର ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ - Bharatpur Army Officer Assault case - BHARATPUR ARMY OFFICER ASSAULT CASE

Bharatpur Army Officer Assault case: ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ହୋଇଥିବା ନିର୍ଯାତନା ଘଟଣାରେ ପ୍ରଥମ ଥର କ୍ୟାମେରା ସମ୍ମୁଖରେ ମୁହଁ ଖୋଲିଲେ ବାନ୍ଧବୀ । ଭରତପୁର ଥାନାରେ ତାଙ୍କ ସହ କଣ କଣ ଘଟିଥିଲା । କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ ।

ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ
ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ (Etv Bharat)
author img

By ETV Bharat Odisha Team

Published : Sep 19, 2024, 10:20 PM IST

ଭୁବନେଶ୍ବର: ବର୍ବର...ଲଜ୍ଜାଜନକ...ଅମାନୁଷିକ....ଘଟଣାକୁ ବର୍ଣ୍ଣନା କରିବାରେ ଏସବୁ ଶବ୍ଦ କମ ପଡିଯିବ । କାଳ ରାତିରେ ନିଘୋଡ ନିଦରେ ରାଜଧାନୀ ବାସି ଶୋଇଥିବା ବେଳେ ଅତ୍ୟାଚାର ଶିକାର ହୋଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । କାଳରାତିରେ ତାଙ୍କ ସହ ସହ କଣ କଣ ଘଟିଥିଲା ପ୍ରଥମ ଥର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ । ପୀଡିତାଙ୍କ ସହ କିଭଳି ଅମାନୁଷିକ ବର୍ବର ଅତ୍ୟାଚାର କରିଥିଲା ଭରତପୁର ପୋଲିସ । କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ପୀଡିତା । କେବଳ ଅକଥନୀୟ ଅତ୍ୟାଚାର ନୁହେଁ ପୂର୍ବତନ ଆଇଆଇସି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା ।

ଭରତପୁର ଥାନା
ଭରତପୁର ଥାନା (ETV Bharat Odisha)

ପୀଡିତା କହିଛନ୍ତି....

‘15 ସେପ୍ଟେମ୍ବର ରାତି ପ୍ରାୟ 1ଟା । ମୁଁ ରେସ୍ତୋରାଁ ବନ୍ଦ କରିବା ପରେ ଘରକୁ ଯାଉଥିଲି । ଗାଡି ଆମର ରାସ୍ତା ଅଟକାଇଥିଲା । ଆମ ସହିତ ଝଗଡା କରିବାରୁ ଚେଷ୍ଟା କରିଥିଲେ । ସେମାନଙ୍କ ଠାରୁ ବହୁତ କଷ୍ଟରେ ଆମେ ବଞ୍ଚିକି ଭରତପୁର ପୋଲିସ ଷ୍ଟେସନ ଆମେ ପହଞ୍ଚିଥିଲୁ । ସେଠାରେ ଜଣେ ମହିଳା କନେଷ୍ଟବଳ ବସିଥିଲେ । ରିସେପସନ୍‌ରେ କେହି ବି ନଥିଲେ । ତାଙ୍କୁ ମୁଁ ବହୁତ ଥର ମୋ ଏତଲା ଲେଖିବାକୁ କହିଲି... ବହୁତ ପିଲା ଆମକୁ ପିଛା କରୁଥିଲେ ସେଥିପାଇଁ ମୁଁ ଚାହୁଥିଲି ଏତଲା ହେଉ ପୋଲିସ ପାଟ୍ରୋଲିଂ ପାଇଁ ପଠାଉ ଅଥବା କିଛି କରୁ... ହେଲେ ସେ ମୋତେ ସାହାଯ୍ୟ କଲେନି ବରଂ ଗାଳିଗୁଲଜ କଲେ । ମୁଁ ତାଙ୍କୁ କହିବାକୁ ଚେଷ୍ଟା କଲି ମୁଁ ଜଣେ ଆଇନଜୀବୀ । ତାଙ୍କର ଡ୍ୟୁଟି ଏଫଆଇଆର ଲେଖିବା । କିନ୍ତୁ ସେ ମୁଁ ଉପରେ ରାଗିଲେ । ସେହି ସମୟରେ ଏକ ପାଟ୍ରୋଲିଂ ଗାଡି ଆସି ପହଞ୍ଚିଲା ସେଥିରେ ମହିଳା କନେଷ୍ଟବଳ ବି ଥିଲେ । ସେମାନେ ମେଜର ଗୁରୁବଂଶଙ୍କୁ ଏତଲା ଲେଖିବାକୁ ଦେଲେ କିନ୍ତୁ କଣ ହେଲା ସେ ଗୁରୁବଂଶଙ୍କୁ ହାଜତରେ ଭର୍ତ୍ତି କରିଦେଲେ । ମୁଁ ତାଙ୍କୁ କହିଲି ଆପଣ ଜଣେ ଆର୍ମି ଅଫିସରଙ୍କୁ ହାଜତରେ ପୂରାଇ ପାରିବେ ନାହିଁ । ଏହା ଆଇନଗତ ନୁହେଁ ଆପଣ ଏମିତି କରିପାରିବେ ନାହିଁ । ଆଉ ତା ପରେ ଦୁଇ ମହିଳା କନେଷ୍ଟବଳ ମୋ ଚୁଟି ଧରି ଘୋଷାଡି ବାଡେଇବା ଆରମ୍ଭ କରିଥିଲେ । ମୁଁ ତାଙ୍କୁ ଅନୁରୋଧ କରିଥିଲି ପ୍ଲିଜ ବନ୍ଦ କରନ୍ତୁ... ସେମାନେ ପୋଲିସ କରିଡରରୁ ଘୋଷାଡି ନେଇଗଲେ.. ସେହି ସମୟରେ ଜଣେ ଲେଡି କନେଷ୍ଟବଳ ମୋ ବେକ ଧରି ତଣ୍ଟି ଚିପିବାକୁ ଚେଷ୍ଟା କଲେ ମୁଁ ତାଙ୍କ ହାତକୁ କାମୁଡି ଦେଇଛି । ଏହା ପରେ ସେମାନେ ମୋ ଜ୍ୟାକେଟରେ ମୋ ହାତ ବାନ୍ଧି ଦେଲେ । ପରେ ଜଣେ ଲେଡି କନେଷ୍ଟବଳ ସ୍କାର୍ପରେ ମୋ ଗୋଡ ବାନ୍ଧି ମୋତେ ରୁମରେ ପୋଫାଡି ଦେଲେ... ପରେ ଜଣେ ପୁରୁଷ ପୋଲିସ ଆସି ମୋତେ ଅତ୍ୟାଚାର କରିବାକୁ ଲାଗିଲେ । ପାଖାପାଖି ସକାଳ 6ଟା ବେଳେ ଷ୍ଟେସନର ଯିଏ ଆଇଆଇସି ତାଙ୍କ ସହ ଅତ୍ୟାଚାର କରିଥିଲେ ।

ବିଦ୍ର: (ପୀଡିତାଙ୍କ ସହ ହୋଇଥିବା ଅତ୍ୟାଚାର ଯାହା ସବୁ ସେ ବର୍ଣ୍ଣନା କରିଛନ୍ତି ସବୁ ଲେଖିବା ସମ୍ଭବ ନୁହେଁ)

ନିଲମ୍ବିତ ହୋଇଛନ୍ତି 5 ପୋଲିସ କର୍ମଚାରୀ:

ସୂଚନା ଥାଉକି, ଗତ ଶନିବାର( ସେପ୍ଟେମ୍ବର 15) ରାତିରେ ଏହି ଘଟଣା ଘଟିଥିଲା । ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ଏହି ଘଟଣାରେ ଡିଜିପି ୱାଇ ବି ଖୁରାନିଆ 5 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ୍ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଅ ସାଗରିକା ରଥ, କନେଷ୍ଟବଳ ବଳରାମ ହାଁସଦା । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ପୂର୍ବତନ ସେନା କର୍ମଚାରୀଙ୍କ ଆନ୍ଦୋଳନ
ପୂର୍ବତନ ସେନା କର୍ମଚାରୀଙ୍କ ଆନ୍ଦୋଳନ (ETV Bharat Odisha)

ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିଲେ ପୂର୍ବତନ ସେନା କର୍ମଚାରୀ:

ଗତକାଲି (ବୁଧବାର) ପୂର୍ବତନ ସେନା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ମେଜର ଓ ତାଙ୍କ ବାନ୍ଧବୀ ସହ ହୋଇଥିବା ଅକଥନୀୟ ନିର୍ଯାତନାର ନ୍ୟାୟ ଦାବି କରିଥିଲେ । ଏବଂ ଯେଉଁମାନେ ଅତ୍ୟାଚାର କରିଛନ୍ତି ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଥିଲେ ।

ଜାତୀୟ ମହିଳା କମିଶନ ରାଜ୍ୟ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ: ଅନ୍ୟପଟେ ଜାତୀୟ ମହିଳା କମିଶନ ଏହି ଘଟଣାରେ ରାଜ୍ୟ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଜାତୀୟ ମହିଳା କମିଶନ " X " ହ୍ୟାଣ୍ଡେଲରେ ଏହାକୁ ନେଇ ସୂଚନା ଦେଇଛନ୍ତି । ଡିଜିପିକୁ ତିନି ଦିନ ଭିତରେ ରିପୋର୍ଟ ଦେବାକୁ ଚିଠି ମଧ୍ୟ କରିଛନ୍ତି ଜାତୀୟ ମହିଳା କମିଶନ । ଏହି ଘଟଣାରେ ରାଜ୍ୟ ପୋଲିସ କଣ ଆକ୍ସନ ନେଇଛନ୍ତି । ତାହା ମଧ୍ୟ ରିପୋର୍ଟ କରିବାକୁ କହିଛନ୍ତି । ଆଗକୁ ଏହି ଘଟଣାରେ ରାଜ୍ୟ ପୋଲିସ ତ୍ୱରିତ ଶୃଙ୍ଖଳାଗତ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ମହିଳା କମିଶନ ।

କୋର୍ଟଙ୍କ ଅର୍ଡର କପି
କୋର୍ଟଙ୍କ ଅର୍ଡର କପି (ETV Bharat Odisha)

ହାଇକୋର୍ଟରେ ଚାଲିଛି ମାମଲା:

ଭରତପୁର ଥାନାରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରା ଘଟଣାରେ ଓଡିଶା ହାଇକୋର୍ଟ ନିମ୍ନ ଅଦାଲତର କାର୍ଯ୍ୟକୁ କଡା ସମାଲୋଚନା କରିଛନ୍ତି । ସେହିପରି ପୋଲିସ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ଭର୍ସନା କରିଛନ୍ତି କୋର୍ଟ । ଗତ ସେପ୍ଟେମ୍ବର ୧୬ ତାରିଖରେ ମେଜରଙ୍କ ବାନ୍ଧବୀଙ୍କୁ ନିମ୍ନ ଅଦାଲତ (ଭୁବନେଶ୍ୱର ସ୍ଥିତ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ) ଯେଉଁ ଜାମିନ ଖାରଜ କରିଥିଲେ ତାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିବା ସହ ତାଗିଦ ମଧ୍ୟ କରିଛନ୍ତି ।ଏପରିକି ହାଇକୋର୍ଟ କହିଛନ୍ତି କି ମାଜିଷ୍ଟ୍ରେଟ ନିଜ ନ୍ୟାୟିକ ବୁଦ୍ଧି ପ୍ରୟୋଗ ନ କରି ସାଧାରଣ ଢଙ୍ଗରେ କାର୍ଯ୍ୟ କରିଛନ୍ତି ।

କୋର୍ଟ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ,ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ବିଚାର କରିବା ସମୟରେ ନିମ୍ନ ଅଦାଲତ ଆଇନକୁ ତର୍ଜମା କରିବା ଉଚିତ । ଏହିଭଳି ଛପା ଫର୍ମାଟ ଆଦେଶ ଅନୁସରଣ ନ କରିବା ପାଇଁ ସମସ୍ତ ମାଜିଷ୍ଟ୍ରେଟଙ୍କୁ ଅବଗତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କୁ ହାଇକୋର୍ଟ କହିଛନ୍ତି ।ବିଏନଏନଏସର ଧାରା ୩୫ରେ ଥିବା ବ୍ୟବସ୍ଥା ଅନୁସରଣ କରିବା କ୍ଷେତ୍ରରେ ଗିରଫ କରିଥିବା ପୋଲିସ ଅଧିକାରୀ ବିଫଳ ହୋଇଥିଲେ ବୋଲି ହାଇକୋର୍ଟ ଅର୍ଡରରେ ସ୍ପଷ୍ଟ କରିଛନ୍ତି । ଯାହାକି ସୁପ୍ରିମକୋର୍ଟଙ୍କ ନିୟମାବଳୀର ଉଲ୍ଲଘଂନ କରୁଛି ବୋଲି କୋର୍ଟ କହିଛନ୍ତି । କେବଳ ସେତିକି ନୁହେଁ ,ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ମେଜରଙ୍କ ସମ୍ପର୍କିତ ଖବର ପଢନ୍ତୁ:

ଆର୍ମି ମେଜର ନିର୍ଯାତନା ମାମଲା: ରାଜରାସ୍ତାରେ ପୂର୍ବତନ ସେନା, IIC ସମେତ 5 ପୋଲିସ ସସପେଣ୍ଡ

ଆର୍ମି ମେଜର ଓ ବାନ୍ଧବୀଙ୍କୁ ମାଡ ମାମଲା, ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱରରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ମାଡ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ପୋଲିସ ଡିଜି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.