ASOଙ୍କୁ ଆକ୍ରମଣକୁ ନେଇ ବିଜେପିକୁ ଟାର୍ଗେଟ କଲେ ତାରା, ପଚାରିଲେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି - Tara Prasad Bahinipati

🎬 Watch Now: Feature Video

thumbnail

By ETV Bharat Odisha Team

Published : Jul 22, 2024, 11:12 PM IST

Tara Prasad Bahinipati: ଭୁବନେଶ୍ବର: ଆଜି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରୁ କକ୍ଷତ୍ୟାଗ କରିଥିଲା ବିଜେଡି । ASOଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତଙ୍କ ମାଡ଼ ମରା ଅଭିଯୋଗ ଘଟଣାରେ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ । ସେହିପରି କଂଗ୍ରେସ ବିଧାୟକ ମଧ୍ୟ ସମାନ ପ୍ରଶ୍ନ କରି କକ୍ଷତ୍ୟାଗ କରିଥିଲେ । ଏନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି, "ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି । ଯେଉଁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡେ଼ଇଲେ । ତଦନ୍ତ ହେଉନି କି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ରାଜ୍ୟପାଳ ଆସିଲେ ହିନ୍ଦୀରେ କହିଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଆମେ ମୁଖ୍ୟମନ୍ତ୍ରୀକୁ କହିଥିଲୁ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ରାଜ୍ୟପାଳଙ୍କୁ ହଟା ଯାଉ । ତେଣୁ ଆମେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କଲୁ । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ପଡିବ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ।"

ସେପଟେ କଂଗ୍ରେସ ବିଧାୟକ ଦଳ ବୈଠକରେ କଣ ପାଇଁ ଅନୁପସ୍ଥିତ ଥିଲେ ? ପ୍ରଶ୍ନର ଉତ୍ତର ଦେଇ ତାରା କହିଛନ୍ତି,"ମୁଁ ଜାଣିପାରିଲିନି । ମୋତେ ବିଧାୟକ ଦଳ ବୈଠକ ପାଇଁ କେହି କହିନାହାଁନ୍ତି । ମୁଁ ଜାଣିନି ସେଥିପାଇଁ ଆସିଲି ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗକୁ ନେଇ ବିଧାନସଭାରେ ଝଡ: ନବୀନଙ୍କ ନିଶାନାରେ ମୋହନ ସରକାର, ଆଇନ ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧର - ASO ASSAULT CASE In Assembly

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.