thumbnail

ଜନବସତିରେ ଦନ୍ତାର ମୃତଦେହ, ମୃତ୍ୟୁର କାରଣ ଖୋଜୁଛି ବନବିଭାଗ - Elephant Died

By ETV Bharat Odisha Team

Published : Jul 8, 2024, 5:51 PM IST

Elephant Died: ଖୋର୍ଦ୍ଧା: ଟାଙ୍ଗୀ ରେଞ୍ଜରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଡମଣଭୂଇଁ ଗ୍ରାମର ଜନବସତି ଭିତରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାବେଳେ ବନ ବିଭାଗ ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜୁଛି । ଗାଁର ଚାରି ପାଖରେ ଘର ରହିଥିବା ବେଳେ ଏକ ପଥର ପାଚେରୀ ଆବଦ୍ଧ ସ୍ଥାନରେ ଦନ୍ତାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିରେ ଦନ୍ତାଟି ଜନବସତି ଭିତରକୁ ଆସିଲା ଏବଂ କେଉଁ କାରଣ ପାଇଁ ତାର ମୃତ୍ୟୁ ହେଲା ତାର ସରଜମିନ ତଦନ୍ତ କରୁଛି ବନବିଭାଗ । ତେବେ ଗ୍ରାମବାସୀଙ୍କ ଅଭିଯୋଗ ଆନୁସାରେ, ୫ରୁ ଊର୍ଦ୍ଧ୍ବ ହାତୀ ଆଖପାଖ ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଛନ୍ତି ଯେଉଁଥିପାଇଁ ସନ୍ଧ୍ୟା ହେଲେ ଲୋକ ଘରୁ ବାହାରିପାରୁ ନାହାନ୍ତି । ବନବିଭାଗର ନିଷ୍କ୍ରିୟତା ଯୋଗୁ ଲୋକଙ୍କ ଧନ ଜୀବନ ବିପଦରେ ରହିଛି । 

ଏହା ବି ପଢନ୍ତୁ...ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଗାଁରେ ପ୍ରତିଦିନ ରଚୁଥିଲା ତାଣ୍ଡବ

କେବଳ ସେତିକି ନୁହେଁ, ଗତ ୫ ବର୍ଷ ଭିତରେ ବିଭିନ୍ନ କାରଣ ପାଇଁ ୧୦ରୁ ଊର୍ଦ୍ଧ୍ବ ହାତୀଙ୍କର ଏହି ରେଞ୍ଜରେ ପ୍ରାଣ ଗଲାଣି । ସେପଟେ ବନବିଭାଗ କହିଛି, "ଗତକାଲି (ରବିବାର) ରାତିରେ ଏହି ଅଞ୍ଚଳରେ ୪ ରୁ ୩ଟି ଫେରିଯାଇଥିବା ଗଜ ସାଥି ସୂଚନା ଦେଇଥିଲେ । ତେବେ ଆଜି (ସୋମବାର) ସକାଳୁ ହାତୀର ମୃତ୍ୟୁ ନେଇ ସୂଚନା ପାଇବା ପରେ ସ୍ପେଶାଲ ଟାସ୍କ ଫୋର୍ସ, ଭେଟନାରୀ ଟିମ, ପୋଲିସ ସହାୟତାରେ ହାତୀ ମୃତ୍ୟୁର କାରଣ ଖୋଜା ଚାଲିଛି ।" ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.