ବିପଦରେ ଦନ୍ତା ଜୀବନ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀ ମୃତ ! - Elephant Death

By ETV Bharat Odisha Team

Published : Aug 30, 2024, 7:09 PM IST

thumbnail
Elephant Dead Body Recovered (ETV Bharat Odisha)

ଖୋର୍ଦ୍ଧା: ହାତୀ ମଣିଷ ଲଢେଇରେ ଆଜି ପୁଣି ଯାଇଛି ଆଉ ଗୋଟିଏ ଦନ୍ତାର ଜୀବନ । ଜନବସତି ନିକଟରେ ପ୍ରାଣ ହରାଇଛି ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜନ୍ତୁ ଜନବସତି ମୁଁହା ହେଉଥିବା ବେଳେ କେତେବେଳେ ମଣିଷ ତ ଆଉ କେତେବେଳେ ହାତୀର ଜୀବନ ଯାଉଛି । ସେହିଭଳି ଆଜି ସକାଳୁ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତଦେହକୁ ଗ୍ରାମବାସୀ ଦେଖିଥିବା ବେଳେ ଘଟଣା ସ୍ଥଳରେ ଖୋର୍ଦ୍ଧା ଡିଏଫଓ ଏବଂ ବନବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦନ୍ତା ହାତୀର ମୃତ୍ୟୁ ବିଦ୍ୟୁତ ଆଘାତ କାରଣରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଦୀର୍ଘଦିନ ଧରି ଟାଙ୍ଗୀ ରେଞ୍ଜରେ 23 ଟିକିଆ ହାତୀପଲ ରହିଛନ୍ତି ଏବଂ ବିଭିନ୍ନ ସମୟରେ ଜନବସତି ମୁହାଁ ହୋଇଛି କ୍ଷୟକ୍ଷତି ଘଟଉଛନ୍ତି । ଗତ ଜୁଲାଇ 8 ତାରିଖରେ ଏହି ସ୍ଥାନରେ ଏକ ଦନ୍ତାର ମୃତ୍ୟୁ ହୋଇଥିଲା । ସେହିପରି ଗତ ତିନି ବର୍ଷରେ ପ୍ରାୟ 10ଟି ହାତୀର ଜୀବନ ଯାଇଥିବା ଜଣାପଡିଛି । ହାତୀ ଆକ୍ରମଣରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେପଟେ ମୃତ ଦନ୍ତାହାତୀର ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । 

ଏହା ମଧ୍ୟ ପଢ଼ନ୍ତୁ...କାମ କରୁନାହାନ୍ତି ବନ ବିଭାଗ ସ୍କ୍ୱାର୍ଡ, ଗଲାଣି ୪୦ରୁ ଅଧିକ ହାତୀଙ୍କ ଜୀବନ - odisha forest department
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.