ଧୀରେନ୍ଦ୍ର ନାଥ ପ୍ରଧାନ ମେମୋରିଆଲ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

By ETV Bharat Odisha Team

Published : Feb 25, 2024, 9:40 PM IST

thumbnail

Basketball Tournament in Cuttack: କଟକ: ଜବାହାଲାର ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୭ ଦିନିଆ ଧୀରେନ୍ଦ୍ର ନାଥ ପ୍ରଧାନ ମେମୋରିଆଲ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛା ବଛା ଖେଳାଳିମାନେ ଉଭୟ ବାଳକ ଓ ବାଳିକା ବର୍ଗରେ ଭାଗ ନେଇଛନ୍ତି । ସେମାନଙ୍କ ମଧରୁ ୧୨ଟି ବାଳକ ବିଭାଗ ରହିଥିବା ବେଳେ ବାଳିକା ବିଭାଗରେ ରହିଛି ୫ଟି ଦଳ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାୟ ଉଦ୍‌ଘାଟନ କରିଥିବା ବେଳେ ବାସ୍କେଟବଲ୍‌ ସଙ୍ଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଖେଳାଳି ମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବକୁ ବିକାଶ କରିବା ସହ ଭଲ ପ୍ରଦର୍ଶନ ପାଇଁ ଏହି ପ୍ରତିଯୋଗିତା ସହାୟକ ହେବ ବୋଲି ଆଶା କରିଛନ୍ତି ଆୟୋଜକ । ସେହିଭଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବେଶ ଖୁସି ଅନୁଭବ କରିଛନ୍ତି ଖେଳାଳି ।

ଏହା ମଧ୍ୟ ପଢ଼ନ୍ତୁ...'ବାରବାଟୀ ନିର୍ମାତା ଭୈରବ ମହାନ୍ତିଙ୍କୁ ନଭୁଲନ୍ତୁ ସରକାର କି ଓସିଏ'

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.