ରାସ୍ତା ପ୍ରଶସ୍ତିକରଣରେ ନାଁରେ କଟାଗଲା ଗଛ, ମୁଣ୍ଡଫଟା ଖରାରେ ଡହଳ ବିକଳ ଲୋକେ - HEAT WAVE IN DHENKANAL - HEAT WAVE IN DHENKANAL
🎬 Watch Now: Feature Video
Published : Mar 31, 2024, 7:20 PM IST
HEAT WAVE IN DHENKANAL: ଢେଙ୍କାନାଳ: ଦିନକୁ ଦିନ ବଢି ଚାଲିଛି ଖରା, ପ୍ରଖର ହେଉଛି ସୁଯ୍ୟଙ୍କ କିରଣ । ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମତ୍ରା ବୃଦ୍ଧି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।ଏହାରି ଭିତରେ ତତଲା କଡ଼େଇରେ ସିଜୁଛି ଢେଙ୍କାନାଳ ସହର । ସହରରେ ଚାରି ଲାଇନ ରାସ୍ତା ନିର୍ମାଣ ପାଇଁ ରାସ୍ତା କଡ଼ରେ ଥିବା ଶହ ଶହ ଗଛକୁ କଟା ଯାଇଥିବାରୁ ଅତ୍ୟାଧିକ ଗରମ ଅନୁଭୁତ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ । ରାସ୍ତା ପ୍ରଶାସ୍ତିକରଣ ହେଲା ସତ । କିନ୍ତୁ ବର୍ତମାନ ଗ୍ରୀଷ୍ମ ଦିନ ଚାଲିଥିବାରୁ ମୁଣ୍ଡଫଟା ଖରାରେ ଛାଇ ଟିକେ ପାଇବା ପାଇ ଡହଳ ବିକଳ ସହରବାସୀ ।
ଢେଙ୍କାନାଳ ପୌରସଂସ୍ଥା ଅବହେଳାରୁ ଛାଇ ଟିକିଏ ହେଉ ବା ପିଇବା ପାଣି ଟୋପାଏ ନ ପାଇ କଲବଲ ହେଉଛନ୍ତି ଯାତ୍ରୀ । ଦିନ ୧୨ଟା ପରେ ରାସ୍ତା ଘାଟ ଶୂନଶାନ । ଢେଙ୍କାନାଳରେ ଏବେ ଠୁ ପାରଦ ୪୦ ଡିଗ୍ରୀ ପାଖାପାଖି ରହିଥିବା ରେକର୍ଡ କରାଯାଇଛି । ସହରର ମୁଖ୍ୟ ରାସ୍ତା ପାର୍ଶ୍ବ ପ୍ରଶସ୍ତିକରଣରେ ଗଛ ସବୁ କାଟି ଦେଇଥିବାରୁ ଛାଇ ଟିକିଏ ପାଇବା ପାଇଁ ଗଛଟିଏ ନାହିଁ । ସେପଟେ ପୌରସଂସ୍ଥା ଯାତ୍ରୀମାନଙ୍କ ପାଇଁ ଜଳଛତ୍ରଟିଏ ମଧ୍ୟ ଖୋଲା ଯାଇନଥିବା ଦେଖିବାକୁ ମିଳିଛି । ବାଟୋଇମାନେ ପାଣି ଟୋପାଏ ପାଇଁ କଲବଲ ହୋଇଛନ୍ତି ।ତେବେ ପୌରସଂସ୍ଥାର ଏପରି ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । ପ୍ରକାଶ ଥାଉକି, ସହରର ବସଷ୍ଟାଣ୍ଡ ଟ୍ରାଫିକ ଛକରୁ କଲେଜ ବାଇପାସ ଯାଏ ସହରର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣରେ ଗଛ ସବୁକୁ କାଟି ଦିଆଯାଇଛି ।
ଇଟିଭି ଭାରତ, ଢେଙ୍କାନାଳ